fbpx

ପ୍ରବାସୀ ଓଡିଆ ଘରକୁ ଫେରିବାକୁ ଆଜିଠୁ ପଂଜୀକରଣ

ଭୁବନେଶ୍ୱର:୨୪ ।୪ (ଓଡିଶା ଭାସ୍କର): ଓଡିଶା ବାହାରେ ୫ ଲକ୍ଷ ଓଡିଆ । ସଭିଏଁ ଘରକୁ ଫେରିବାକୁ ଆତୁର । ଲକ ଡାଉନ ଶେଷ ହେବାକୁ ଅପେକ୍ଷା । କିନ୍ତୁ ଘରୁକୁ ଫେରିବା ପୂର୍ବରୁ ପ୍ରଥମେ ପଂଜୀକରଣ ଜରୁରୀ । ପରେ ରାଜ୍ୟକୁ ଆସିଲେ ୧୪ ଦିନିଆ ସଙ୍ଗରୋଧ । ତା ପରେ ଘର ମୁହଁ ଦେଖିବେ । ଏଭଳି କଡାକଡି ନିୟମ କରିଛନ୍ତି ସରକାର । ସେଥିପାଇଁ ଆଜିଠୁ ହେଉଛି ନାମ ପଂଜୀକରଣ ବ୍ୟବସ୍ଥା । ଲୋକେ ନିଜ ଜିଲ୍ଲା ଅଧିକାରୀ ,ଗାଁ ସରପଂଚ ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦ୍ୱାରା ନିଜ ନାମ ପଂଜୀକରଣ କରିପାରିବେ । ଲକ ଡାଇନ ଖୋଲିଲେ ହିଁ ପଂଜୀକରଣ କରିଥିବା ବ୍ୟକ୍ତିଙ୍କ ନାମ ଜାଂଚ କରାଯାଇ ସେମାନଙ୍କୁ ରାଜ୍ୟ ମଧ୍ୟକୁ ପ୍ରବେଶ ଅନୁମତି  ମିଳିବ ।

Get real time updates directly on you device, subscribe now.