fbpx

ରାସାୟନ ବିଜ୍ଞାନ ପାଇଁ ନୋବେଲ ଘୋଷଣା: ୩ ବୈଜ୍ଞାନିକଙ୍କୁ ସମ୍ମାନିତ

AAKASH

ନୂଆଦିଲ୍ଲୀ: ରାସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ବିଜ୍ଞାନୀଙ୍କୁ ମିଳିତ ଭାବରେ ପାଇବେ ଏହି ପୁରସ୍କାର। ‘ଅଣୁ ନିର୍ମାଣ ପାଇଁ ଏକ କୁଶଳ ଉପକରଣ’ ବିକାଶ ପାଇଁ ବୈଜ୍ଞାନିକ କ୍ୟାରୋଲିନ ବେର୍ତ୍ତୋଜିଙ୍କ ସହ ମୋର୍ଟେନ ମେଲଡାଲ ଓ ବ୍ୟାରି ସାର୍ପଲେସ ପାଇବେ ନୋବେଲ ପୁରସ୍କାର।

ଶାର୍ପଲେସ୍ ଦ୍ୱିତୀୟ ଥର ପାଇଁ ନୋବେଲ ପୁରସ୍କାର ଜିତିଛନ୍ତି। ଏହା ସହିତ ସେ ପଞ୍ଚମ ବ୍ୟକ୍ତି ଭାବରେ ଏହିପରି ଉପଲବ୍ଧି ହାସଲ କରିଛନ୍ତି। ସେ ୨୦୦୧ ରେ ରସାୟନ ବିଜ୍ଞାନ ନୋବେଲ ମଧ୍ୟ ଜିତିଥିଲେ। ୨୦୨୧ ରସାୟନ ବିଜ୍ଞାନ ପୁରସ୍କାର ମଧ୍ୟ ଦୁଇ ଅନୁସନ୍ଧାନକାରୀଙ୍କୁ ପ୍ରଦାନ କରାଯାଇଥିଲା। ଜର୍ମାନୀର ବେଞ୍ଜାମିନ୍ ଲିଷ୍ଟ ଏବଂ ସ୍କଟଲ୍ୟାଣ୍ଡର ଜନ୍ମିତ ଡେଭିଡ ଡବ୍ଲୁସି ମ୍ୟାକମିଲାନ – ଅଣୁ ତିଆରି କରିବାର ଏକ ସବୁଜ, ପରିଷ୍କାର ଉପାୟରେ ଅନୁସନ୍ଧାନ ପାଇଁ ଏହି ପୁରସ୍କାର ପାଇଥିଲେ।

Get real time updates directly on you device, subscribe now.