fbpx
BSKY
BJD YOUTH SKY
BJD MS SKY

ଡ୍ୟାମେଜ୍ ହୋଇଯିବ ଆପଣଙ୍କର ବ୍ରେନ ଓ କିଡନୀ: ମ୍ୟାଲେରିଆକୁ କଦାପି ଅଣଦେଖା କରନ୍ତୁନି, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ: ଆଜିର ସମୟରେ ମ୍ୟାଲେରିଆକୁ ନେଇ ଅଧିକାଂଶ ଲୋକ ସଚେତନ ରହୁନାହାନ୍ତି । ଏହି କାରଣରୁ କିଛି ସ୍ଥାନରେ ଏହି ବୀମାରୀ ବଢ଼ିବାରେ ଲାଗିଛି । ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀର କିଛି ଅଞ୍ଚଳରେ ଡେଙ୍ଗୁ ବୁଖାର ଓ ମ୍ୟାଲେରିଆ ମାମଲା ବଢ଼ିବାରେ ଲାଗିଛି । ଡେଙ୍ଗୁ ଏକ ସାଧାରଣ ବୁଖାର ପରି ହୋଇଥାଏ ଓ ରୋଗୀ କିଛି ଦିନ ମଧ୍ୟରେ ଠିକ୍ ହୋଇଯାଇଥାଏ । ମାତ୍ର ଯଦି ଶରୀରରେ ପ୍ଲେଟଲେଟସ୍ ହ୍ରାସ ପାଏ ତେବେ ଡେଙ୍ଗୁ ଘାତକ ସାଜିଥାଏ ।

ତେବେ ଡେଙ୍ଗୁ ସହିତ ମ୍ୟାଲେରିଆକୁ ନେଇ ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ମ୍ୟାଲେରିଆ ମଧ୍ୟ ଏକ ଘାତକ ଓ ପ୍ରାଣଘାତୀ ବିମାରୀ ହୋଇପାରେ । ତେଣୁ ଏପରି ସ୍ଥଳେ ଲୋକଙ୍କୁ ମ୍ୟାଲେରିଆର ଲକ୍ଷଣ ଓ ଚିକିତ୍ସା ନେଇ ସାବଧାନ ରହିବା ଜରୁରୀ । ଏନେଇ ଦିଲ୍ଲୀର ଜିଟିବି ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି, ଡେଙ୍ଗୁ ପରି ମ୍ୟାଲେରିଠାରୁ ମଧ୍ୟ ଦୂରେଇ ରହିବା ଦରକାର । ଆମ ଶରୀରରେ ମ୍ୟାଲେରିଆର ବୁଖାର କିଛି ଦିନ ବ୍ୟବଧାନରେ ପୁନର୍ବାର ଆସିଥାଏ । ବେଳେବେଳେ ବୁଖାର ବଢ଼ିଯାଇଥାଏ ତ ବେଳେବେଳେ ଏହା କମି ଯାଇଥାଏ । ଥଣ୍ଡା ସହିତ ଫିଭର ଆସେ ଓ ଏହା ତିନି ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଏହାପରେ ୨୪ ଘଣ୍ଟା ପରେ ପୁଣି ଥରେ ବୁଖାର ଆସିଥାଏ । ଠିକ୍ ସମୟରେ ଚିକିତ୍ସା ନକଲେ ଫିଭର ବ୍ରେନକୁ ଚାଲିଯାଇଥାଏ ଓ ବ୍ରେନର ଫଙ୍କସନ୍ ଉପରେ ପ୍ରଭାବ ପକାଇଥାଏ । ଅନେକ ମାମଲାରେ କିଡନୀକୁ ମଧ୍ୟ ଏହା କ୍ଷତି ପହଞ୍ଚାଇଥାଏ ଓ ରୋଗୀର ମୃତ୍ୟୁ ବି ଘଟିଥାଏ ।

ଡାକ୍ତରଙ୍କ ମତରେ, ଅକ୍ଟୋବର ମାସରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି । ଯଦି ଜଣଙ୍କୁ ବୁଖାର ହୋଇ ତାହା ଦୁଇ ତିନି ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ରହୁଛି ତେବେ ସଙ୍ଗେସଙ୍ଗେ ବ୍ଲଡ ଟେଷ୍ଟ କରନ୍ତୁ । ଯଦି ଡେଙ୍ଗୁ କି ମ୍ୟାଲେରିଆ ଆସେ, ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାନ୍ତୁ । ଡେଙ୍ଗୁ ବା ମ୍ୟାଲେରିଆ ବୁଖାରରେ କେବେ ବି ଘରୋଇ ଚିକିତ୍ସା କରାନ୍ତୁ ନାହିଁ । ରୋଗୀକୁ ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ନ ମିଳିଲେ ଅନେକ ସମୟରେ ସ୍ଥିତି ଗମ୍ଭୀର ହୋଇଯାଇଥାଏ ।

Get real time updates directly on you device, subscribe now.