fbpx

ଅଧିକ ଓଡ଼ିଆ ଫସି ରହିଥିବା ରାଜ୍ୟରେ ଓଡ଼ିଆମାନଙ୍କ ପାଇଁ ନୋଡ଼ାଲ ଅଫିସରଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଲକ୍ ଡାଉନ ରହିଛି । ତେଣୁ ଓଡ଼ିଶା ବାହାରେ ବହୁ ଓଡ଼ିଆ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ତେଣୁ ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆମାନେ ନିଜେ ନିଜ ଏରିଆରେ ଥିବା ନୋଡ଼ାଲ ଅଫିସରଙ୍କୁ ସିଧା ସଳଖ ନିଜର ସମସ୍ୟା ଜଣାଇ ପାରିବେ ।
ଆଜି ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ହଜାର ହଜାର ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅଧିକ ଓଡ଼ିଆ ଶ୍ରମିକ ଥିବା ପ୍ରତି ରାଜ୍ୟ ପାଇଁ ଜଣେ ଜଣେ ନୋଡ଼ାଲ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତିି । ଆଇଏଏସ ମାନଙ୍କୁ ନୋଡ଼ାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।ଏନେଇ ରାଜ୍ୟ ସରକାରଙ୍କୁ ପ୍ରବାସୀ ଶ୍ରମିକ ମାନେ ସାଧୁବାଦ ଜଣାଇବା ସହ ଏହି ସୁବିଧାର ସଦୁପଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ତେଲେଙ୍ଗାନା: ୟେଦୁଲା ବିଜୟ, ୦୬୭୪-୨୩୨୩୦୬୮
ଆନ୍ଦ୍ରପ୍ରଦେଶ: ବି.ପରମେଶ୍ୱରନ-୦୬୭୪-୨୩୯୩୨୭୫
ପଶ୍ଚିମବଙ୍ଗ: ଶ୍ରୀଭାସ୍କରଜ୍ୟୋତି ଶର୍ମା, ୦୬୭୪-୨୩୯୦୧୧୬
ଗୁଜୁରାଟ: ଜୱାଲେ ନୀତିନ ଭାନୁଦାଶ, ୦୬୭୪-୨୫୪୩୪୬୧
ମହାରାଷ୍ଟ୍ର: ରାଜେଶ ପ୍ରଭାକର ପାଟିଲ, ୦୬୭୪-୨୩୯୨୯୦୬
ତାମିଲନାଡ଼ୁ: ଚିତ୍ରା ଅରୁମୁଗମ, ୦୬୭୪-୨୫୩୬୬୩୧
ଇିହାର: ସାଦିମ ଆଲାମ, ୦୬୭୪-୨୫୭୩୩୧୦
ଝାଡ଼ଖଣ୍ଡ: ସାଦିକ ଆଲାମ, ୦୬୭୪-୨୫୭୩୩୧୦
କେରଳ:ଏମ.ମୁଥୁକୁମାର,୦୬୭୪-୨୩୯୫୫୩୨
ନୂଆଦିଲ୍ଲୀ ଏନସିଆର: ସଞ୍ଜୀବ ମିଶ୍ର,୦୬୭୪-୨୩୦୧୮୪୮୮
ଅନ୍ୟାନ୍ୟ ରାଜ୍ୟ ପାଇଁ : ଅମିତାଭ ଠାକୁର, ୦୬୭୪-୨୫୩୩୨୩୦

Get real time updates directly on you device, subscribe now.