fbpx

କିଛିଦିନରେ ଫୁସଫୁସକୁ କିପରି ନଷ୍ଟ କରେ କରୋନା, ଦେଖନ୍ତୁ ଫଟୋ

ସାରା ବିଶ୍ୱରେ କରୋନାକୁ ହଇଚଇ ସୃଷ୍ଟି ହୋଇଛି । ମାତ୍ର କିଛି ଦିନ ମଧ୍ୟରେ ଫୁସଫୁସକୁ କିପରି କରୋନା ଭାଇରସ୍ ନଷ୍ଟ କରିଦିଏ, ତାହାକୁ ଏକ ଭର୍ଚୁଆଲ ରିଆଲିଟି ଭିଡିଓ ମାଧ୍ୟମରେ ଦେଖାଇଛନ୍ତି ଜଣେ ଡାକ୍ତର । ଆମେରିକାର ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ୩୬୦ ଡିଗ୍ରୀ, ୩ଡି ଫଟୋଗ୍ରାଫ୍ କ୍ଲିକ୍ କରି ଦେଖାଇଛନ୍ତି ସମ୍ପୃକ୍ତ ଡାକ୍ତର ।

ସିଏନଏନ୍ ରିପୋର୍ଟ ମୁତାବକ, ୫୦ ବର୍ଷରୁ ଅଧିକ ବୟସର ଜଣେ ବ୍ୟକ୍ତି କରୋନାରେ ପୀଡିତ ଥିଲେ । କିଛି ଦିନ ମଧ୍ୟରେ ତାଙ୍କର ଅବସ୍ଥା ଗୁରୁତର ହୋଇଗଲା । ବର୍ତ୍ତମାନ ତାଙ୍କୁ ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟରେ ଚିକିତ୍ସା କରାଯାଉଛି । କରୋନାରେ ପୀଡିତ ରୋଗୀର ଉଭୟ ଫୁସଫୁସ୍ କିପରି ଖରାପ ହେଉଛି, ତାହା ଫଟୋ ମାଧ୍ୟରେ ଦର୍ଶାଇଛନ୍ତିି ଡାକ୍ତର । ତେବେ କରୋନା ଖୁବଶୀଘ୍ର ଫୁସଫୁସକୁ ବ୍ୟାପିଥାଏ ।

ରିପୋର୍ଟ ମୁତାବକ, ଫଟୋ ନେବାରୁ କିଛିଦିନ ପୂର୍ବରୁ ରୋଗୀର ଶରୀରରେ କୌଣସି ଲକ୍ଷଣ ଦେଖାଯାଉନଥିଲା । କିନ୍ତୁ ହଠାତ୍ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଭେଣ୍ଟିଲେଟରରେ ରଖିବା ପରେ ବି ତାଙ୍କ ଅବସ୍ଥାରେ କିଛି ବି ସୁଧାର ଆସୁନଥିଲା ।


ଡାକ୍ତର ଫଟୋକୁ ଜାରି କରି କହିଛନ୍ତି- ରୋଗୀର ଫୁସଫୁସ ଚିତ୍ରରେ ଥିବା ସବୁଜ ରଙ୍ଗର କ୍ଷେତ୍ର ଦର୍ଶାଉଛି ଯେ, କରୋନା କିପରି ଫୁସଫୁସର ଟିସୁକୁ ନଷ୍ଟ କରୁଛି ।

Get real time updates directly on you device, subscribe now.