fbpx

ବାହାରୁ ଓଡ଼ିଶା ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ବାହାରେ ଫସି ରହିଥିବା ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି । ସେନେଇ ବାହାରୁ ଫେରୁଥିବା ଓଡ଼ିଆଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହି ପରିପ୍ରେକ୍ଷୀରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । ଗତ ୧୪ଦିନ ଭିତରେ ୨ହଜାର ୮୫୬ ଜଣ ଓଡ଼ିଶା ଫେରିଛନ୍ତି । ସେମାନେ ଜିଲ୍ଲାର ସର୍ଭିଲାନ୍ସ ଟିମ୍ ସହ ଯୋଗାଯୋଗ କରି ନାହାନ୍ତି । ସେମାନଙ୍କ ମଧ୍ୟରେ ଆକ୍ରାନ୍ତ ଥାଇପାରନ୍ତି ଏହାସହ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବା ଜରୁରୀ ବୋଲି ସେ କହିଛନ୍ତି । ସେମାନଙ୍କୁ ଚିହ୍ନଟ କରି ହୋମ କ୍ୱାରେଣ୍ଟାଇନରେ ରଖିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ ଓ ମୁନିସପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସଚିବ ।

Get real time updates directly on you device, subscribe now.