fbpx

ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପାସ୍: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । କିନ୍ତୁ ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ଥିବାରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ଭୟାବହ ପରେ ଏହି ପରିପ୍ରେକ୍ଷୀରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ଏହାସହ ସମସ୍ତ ମାଟ୍ରିକ ଖାତା ସମ୍ୂର୍ଣ୍ଣ ସୁରକ୍ଷିତ ରହିଛି । ସମସ୍ତ ୬୨ଟି ପରୀକ୍ଷା ଖାତା ଥିବା କେନ୍ଦ୍ରରେ ଖାତା ସୁରକ୍ଷିତ ରହିଛ ବୋଲ ସମୀର କହିଛନ୍ତିି । ସେହିପରି +୨ ଖାତା ମଧ୍ୟ ସୁରକ୍ଷିତ ଭାବେ ମଧ୍ୟ ରହିଛି । ମୂଲ୍ୟାୟନ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ ପୋଲିସ ବଳୟରେ ରହିଛି । ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳ ସ୍କୁଲଗୁଡ଼ିକୁ କ୍ୱାରେଣ୍ଟାଇନ ସେଣ୍ଟର କରିପାରିବେ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.