fbpx
BSKY
BJD MC SKY
BJD YOUTH SKY

କରୋନାରେ ମୁମ୍ବାଇରେ ୪୦ବର୍ଷିୟ ମହିଳାଙ୍କ ମୃତ୍ୟୁ

ମୁମ୍ବାଇ, ୨୯ା୩: ଆଜି ମୁମ୍ବାଇରେ କରୋନାରେ ଆଉ ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି । ଏହାସହ କରୋନାରେ ମୁମ୍ବାଇରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । କରୋନାରେ ମୃତ୍ୟୁ ହୋଇଥିବା ମହିଳାଙ୍କର ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି । ତାଙ୍କର ମୁମ୍ବାଇର ଏମସିଜିଏମ ମେଡ଼ିକାଲରେ ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, କରୋନା ଭାଇରସ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯କୁ ଛୁଇଁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ୯୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୭ ଜଣ ଚିକିତ୍ସିତ ହେଉଥିବା ବେଳେ ୮୭ ଜଣ କରୋନା ଆକାନ୍ତ ସୁସ୍ଥ ହୋଇ ଫେରିଛନ୍ତି ।

Get real time updates directly on you device, subscribe now.