fbpx

ଲଞ୍ଚ ହେଲା Nokia C Series ସ୍ମାର୍ଟଫୋନ; ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

ନୂଆଦିଲ୍ଲୀ: ଲୋକପ୍ରିୟ ମୋବାଇଲ ବ୍ରାଣ୍ଡ Nokia ଏହାର C Series ତିନିଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଯେଉଁଥିରେ Nokia C2 2nd Edition, Nokia C 21 ଏବଂ Nokia C 21 Plus ସ୍ମାର୍ଟଫୋନ ରହିଛି । କମ ଦାମରେ ଏହି ସ୍ମାର୍ଟଫୋନରେ ରହିଛି ଅନେକ ଫିଚର୍ସ । ଏହି ଫୋନ ସହ ନୋକିଆର ୱାୟାରଲେସ ହେଡଫୋନ ମଧ୍ୟ ଲଞ୍ଚ କରାଯାଇଛି । ଏହି ସ୍ମାର୍ଟଫୋନ ସେମାନଙ୍କ ପାଇଁ ଭଲ ହେବ ଯେଉଁମାନେ ଫିଚର ଫୋନରୁ ଅପଗ୍ରେଡ କରିବାକୁ ଚାହୁଛନ୍ତି । Nokia C 21 Plus ରେ ଡୁଆଲ କ୍ୟାମେରା ସେଟଅପ ରହିଛି ଯେତେବେଳେକି C2 2nd Edition ଏବଂ Nokia C 21 ରେ ସିଙ୍ଗଲ କ୍ୟାମେରା ସେଟଅପ ଦେଖିବାକୁ ମିଳିବ ।

Nokia C2 2nd Edition ସ୍ମାର୍ଟଫୋନର ସ୍ପେସିଫିକେଶନ:

Nokia C2 2nd Edition ସ୍ମାର୍ଟଫୋନରେ ଡୁଆଲ ସିମ୍ ରହିଛି ଏହା Android 11 ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଯେଉଁଥିରେ 5.7 inch ର FWVGA ଡିସପ୍ଲେ ରହିଛି । ଫୋନ QuadCore MediaTek SoC ଦ୍ୱାରା ସଞ୍ଚାଳିତ । ଫୋନରେ 5 MP ର ରିୟର କ୍ୟାମେରା ରହିଛି ଯେଉଁଥିରେ ଫୋକସ ଲେନ୍ସ ଏବଂ ଏଲଇଡି ଫ୍ଲାଶ ଲାଇଟ ରହିଛି । ସେଲ୍ଫୀ ପାଇଁ ଏଲଇଡି ଫ୍ଲାଶ ସହ 2 MP ର କ୍ୟାମେରା ସେନ୍ସର ରହିଛି । ଫୋନରେ ୩୨ ଜିବିର ଇଣ୍ଟରନାଲ ଷ୍ଟୋରେଜ ରହିଛି, ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଫୋନରେ 2,400 mAh ର ବ୍ୟାଟେରୀ ରହିଛି ।

Nokia C 21 ର ସ୍ପେସିଫିକେଶନ

Nokia C 21 ସ୍ମାର୍ଟଫୋନ ଡୁଆଲ ସିମ୍ Android (Go-Edition) ଦ୍ୱାରା ପରିଚାଳିତ । ଏଥିରେ 6.5 inch ର HD+ ଡିସପ୍ଲେ ଦିଆଯାଇଛି । Nokia C 21 ଫୋନରେ ୩ ଜିବି ରାମ୍ ମିଳିବ । ଏଥିରେ ଫିକ୍ସ ଫୋକସ ଲେନ୍ସ ଏବଂ ଏଲଇଡି ଫ୍ଲାଶ ସହ 8 MP ର କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ 5 MP ର ସେଲ୍ଫି କ୍ୟାମେରା ରହିଛି । ଫୋନରେ 3000 mAh ର ବ୍ୟାଟେରୀ ଦେଖିବାକୁ ମିଳିବ ।

Nokia C 21 Plus ର ସ୍ପେସିଫିକେଶନ

Nokia C 21 Plus  ରେ ମଧ୍ୟ Android 11 (Go-Edition) ଦ୍ୱାରା ପରିଚାଳିତ । ଏଥିରେ 6.5 inch ର HD+ ଡିସପ୍ଲେ ରହିଛି । ଫୋନରେ ୪ ଜିବି ରାମ ମିଳିବ । ଏବଂ ଏହି ଫୋନରେ 4000 mAh ବ୍ୟାଟେରୀ ଦିଆଯାଇଛି । ଫୋନରେ ଏଲଇଡି ଫ୍ଲାଶ ସହ 13 MP ର ପ୍ରାଇମେରୀ କ୍ୟାମେରା, 2 MP ଡେପ୍ଥ ସେନ୍ସର ରହିଛି । ସେଲ୍ଫି ପାଇଁ 5 MP ର ଫ୍ରଣ୍ଟ କ୍ୟାମେରା ରହିଛି ।

Nokia C Series ସ୍ମାର୍ଟଫୋନର ଦାମ୍

Nokia C2 2nd Edition ର ଦାମ୍ ପ୍ରାୟ ୬,୭୦୦ ଟଙ୍କାରୁ ଆରମ୍ଭ ହେଉଛି । Nokia C 21 ର ଦାମ ପ୍ରାୟ ୮,୪୦୦ ଟଙ୍କା ଏବଂ Nokia C 21 Plus ର ଦାମ ପ୍ରାୟ ୧୦,୧୦୦ ଟଙ୍କା ରହିଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହାର ବିକ୍ରି ଆରମ୍ଭ ହେବ ।

 

Get real time updates directly on you device, subscribe now.