fbpx

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ: କିଏ ନେବ ପୂଜାରା-ରାହାଣେଙ୍କ ସ୍ଥାନ ?

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ନୂଆ ଅଧ୍ୟାୟ ଆରମ୍ଭ କରିବେ ହିଟମ୍ୟାନ ରୋହିତ ଶର୍ମା । ସମସ୍ତ ଫର୍ମାଟରେ ଅଧିନାୟକ ଭାବରେ ସେ ଖେଳିବାକୁ ଯାଉଛନ୍ତି ପ୍ରଥମ ଟେଷ୍ଟ ସିରିଜ । ୨ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ମୋହାଲୀରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ବେଙ୍ଗଲୁରୁରେ ଖେଳାଯିବ । ତେବେ ଟି-୨୦ ସିରିଜରେ ୩-୦ରେ ପରାଜୟ ବରଣ କରିଥିବା ଶ୍ରୀଲଙ୍କା ଟେଷ୍ଟ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିବ । ସେପଟେ ଅଧିନାୟକ ଭାବେ ପ୍ରଥମ ଟେଷ୍ଟ ସିରିଜକୁ ଜିତି ଏହାକୁ ସ୍ମରଣୀୟ କରିବାକୁ ଚାହିଁବେ ରୋହିତ ଶର୍ମା ।

Rohit Sharma aces the waiting game for overseas Test success | Cricket -  Hindustan Times

ଏହି ଟେଷ୍ଟ ସିରିଜ ପାଇଁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେ ଦଳରେ ସ୍ଥାନ ପାଇ ନାହାନ୍ତି । ତେବେ ତାଙ୍କ ସ୍ଥାନରେ କିଏ ଖେଳିବେ ତାହା ବଡ ପ୍ରଶ୍ନ ହେବ ରୋହିତଙ୍କ ପାଇଁ । ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ପୂଜାରାଙ୍କ ସ୍ଥାନରେ ଶୁଭମନ ଗିଲ କିମ୍ବା ହନୁମା ବିହାରୀଙ୍କୁ ଖେଳାଇପାରନ୍ତି ହିଟମ୍ୟାନ । ମୟଙ୍କ ଅଗ୍ରୱାଲଙ୍କ ସହିତ ଓପନିଙ୍ଗ କରି ଯୁବ ଖେଳାଳିଙ୍କୁ ଏହି ବଡ ଦାୟିତ୍ୱ ଦେଇ ପାରନ୍ତି ରୋହିତ । କେବଳ ରୋହିତ ନୁହେଁ କୋଚ ରହୁଲ ଦ୍ରାବିଡ ମଧ୍ୟ ଶୁଭମନଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ପସନ୍ଦ କରିବେ । ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଶୁଭମନ ଦଳର ପ୍ରଥମ ପସନ୍ଦ ହେବେ ବୋଲି ଅନୁମାନ କରାଯାଉଛି । ଏହାପରେ ବିରାଟ ଚତୁର୍ଥ ସ୍ଥାନରେ ରହିବା ନିଶ୍ଚିତ ।

Injured Shubman Gill could miss England series, Easwaran likely in main  squad | Sports News,The Indian Express

ତେବେ ପଞ୍ଚମ ବ୍ୟାଟ୍ସମ୍ୟାନ ଭାବରେ ରାହାଣେଙ୍କ ସ୍ଥାନ ନେଇ ପାରନ୍ତି ୱିକେଟ କିପର ଋଷଭ ପନ୍ତ । ଷଷ୍ଠ ସ୍ଥାନରେ ହନୁମା ବିହାରୀଙ୍କୁ ଖେଳାଇବା ପାଇଁ ଚିନ୍ତା କରିପାରେ ଟିମ ମ୍ୟାନେଜମେଣ୍ଟ । ୭ ନମ୍ବରରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦଳର ପ୍ରମୁଖ ବିକଳ୍ପ ରହିଛନ୍ତି ।

ଭାରତୀୟ ଟେଷ୍ଟ ଦଳ:
ରୋହିତ ଶର୍ମା(ଅଧିନାୟକ), ପ୍ରିୟଙ୍କ ପାଞ୍ଚାଲ, ବିରାଟ କୋହଲି, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଋଷଭ ପନ୍ତ, ଶ୍ରେୟସ ଅୟର, ହନୁମା ବିହାରୀ, କେ.ଏସ ଭରତ, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଜଶପ୍ରୀତ ବୁମରାହ(ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ ଏବଂ ସୌରଭ କୁମାର ।

India vs Sri Lanka Test Series 2022 | India Test Squad | Sri Lanka Tour of India  2022 - YouTube

Get real time updates directly on you device, subscribe now.