fbpx

ବିନା ଦର୍ଶକରେ ୧୦୦ତମ ଟେଷ୍ଟ ଖେଳିବେ କୋହଲି, ନିରାଶ ଗାଭାସ୍କର କହିଲେ…

ନୂଆଦିଲ୍ଲୀ: ଟି-୨୦ ସିରିଜରେ ବିଶ୍ରାମ ନେଇଥିବା ଭାରତର ଷ୍ଟାର ବ୍ୟାଟସମ୍ୟାନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ମଇଦାନକୁ ଓହ୍ଲାଇବେ। ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଏହି ମୁକାବିଲା ମୋହାଲିର ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୪ରୁ ଖେଳାଯିବ। ଏହି ମ୍ୟାଚ୍ କୋହଲିଙ୍କ ପାଇଁ ବେଶ ସ୍ମରଣୀୟ ହେବାକୁ ଯାଉଛି। କିନ୍ତୁ ମୋହାଲି ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଅନୁମତି ନାହିଁ। ଏଥିରେ ହଜାର ହଜାର ପ୍ରଶଂସକ ନିରାଶ ହୋଇଛନ୍ତି।

ଭାରତର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ମଧ୍ୟ ବିସିସିଆଇର ଏହି ନିଷ୍ପତ୍ତିରେ ନିରାଶ ବ୍ୟକ୍ତ କରିଛନ୍ତି। ରୁଦ୍ଧଦ୍ଵାରରେ ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ଆୟୋଜନକୁ ନେଇ ବିସିସିଆଇ ନିଷ୍ପତ୍ତି ଉପରେ ସେ କହିଛନ୍ତି ମୋହାଲିର ପିସିଏ ଷ୍ଟାଡିୟମରେ ଦର୍ଶକ ନରହିବା ନିରାଶଜନକ କଥା। ମାତ୍ର ସ୍ଥାନୀୟ ଅଞ୍ଚଲରେ କୋଭିଡ୍-୧୯ ଯେମିତି ନବ୍ୟାପେ ତାକୁ ଦୃଷ୍ଟିରେ ରଖି ବିସିସିଆଇ ଏମିତି ନିଷ୍ପତ୍ତି ନେଇଥିବା କହିଛନ୍ତି ଗାଭାସ୍କର।

ଦଳର ପୂର୍ବତନ ଏହି ମହାନ ବ୍ୟାଟସମ୍ୟାନ କହିଛନ୍ତି, ଖେଳାଳି ହିସାବରେ ଆପଣ ଯେଉଁଠି ବି ମ୍ୟାଚ୍ ଖେଳନ୍ତୁ, ସେଠାରେ ଦର୍ଶକ ରହିବା ଆପଣଙ୍କୁ ଭଲ ଲାଗିଥାଏ। ତେବେ ଭାରତ ନିକଟ ଦିନରେ ବିନା ଦର୍ଶକରେ ମ୍ୟାଚ୍ ଖେଳି ଆସୁଛି। ସେ କଳାକାର ହୁଅନ୍ତୁ କି କ୍ରିକେଟର ହୁଅନ୍ତୁ ସଭିଏଁ ଦର୍ଶକଙ୍କ ସାମ୍ନାରେ ପ୍ରଦର୍ଶନ କରିବାକୁ ଚାହାଁନ୍ତି। ୧୦୦ତମ ଟେଷ୍ଟ ଖେଳିବା ଯେ କୌଣସି ଖେଳାଳିଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ। ମୁଁ ନିରାଶ ଯେ, କୋହଲି ବିନା ଦର୍ଶକରେ ଏହି ମ୍ୟାଚ୍ ଖେଳିବେ ବୋଲି ଗାଭାସ୍କର କହିଛନ୍ତି।

Get real time updates directly on you device, subscribe now.