fbpx

Nokia ର 5G ଫୋନ ହେଲା ଶସ୍ତା : ମିଳୁଛି ଏତିକି ରିହାତି

Advertisement

ନୂଆଦିଲ୍ଲୀ : ଏବେ ଆପଣଙ୍କୁ Nokia ସ୍ମାର୍ଟଫୋନ ଶସ୍ତାରେ କିଣିବାର ସୁଯୋଗ ମିଳୁଛି । ଏହି ଅଫରଟି କେବଳ 5G ଫୋନ ଗୁଡିକରେ ଦିଆଯାଇଛି । ଡିସକାଉଣ୍ଟ ପରେ ଏହି ଫୋନର ମୂଲ୍ୟ କେବଳ ୧୧,୪୯୯ ହୋଇଯାଉଛି । ନୋକିୟା କମ୍ପାନୀ ଏବେ Nokia G42 5G ଫୋନକୁ ଲଞ୍ଚ କରିଛି । ଏହି ଫୋନକୁ ଆପଣ ସୁଲଭ ଦରରେ ପାଇ ପାରିବେ । କମ୍ପାନୀର କହିବା ଅନୁସାରେ, ଏହି ଫୋନରେ ଆପଣ ଉତ୍ତମ ବ୍ୟାଟେରୀ ବ୍ୟାକଅପ ସହ ଭଲ ପ୍ରୋସେସିଙ୍ଗ ପାଇ ପାରିବେ ।

ସୂଚନା ଅନୁସାରେ, Nokia ର ଅଫିସିଆଲ ୱେବସାଡରେ Nokia G42 5G Phone ଲାଟେଷ୍ଟ ଅଟେ । ଏହା ସହିତ ଏହି ଫୋନ ୧୦୦୦ଟଙ୍କାର ରିହାତିରେ ମିଳୁଛି । ଏଥିପାଇଁ ବ୍ୟବହାରୀଙ୍କୁ କୁପନ କୋଡ Shop1000 ଲଗାଇବାକୁ ପଡିବ । Nokia G42 5G Phone କୁ ୧୨,୪୯୯ ଟଙ୍କାରେ ଲାଟେଷ୍ଟ କରାଯାଇଛି, କିନ୍ତୁ ଏହି ଫୋନ ଉପରେ ୧୦୦୦ ଟଙ୍କା ଡିସକାଉଣ୍ଟ ପରେ ଏହାର ଦାମ ୧୧,୪୯୯ ଟଙ୍କା ହୋଇଯାଇଛି । Nokia G42 e 8/256 ପ୍ରୋସେଜରରେ ୭୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି । ତେବେ ଡିସକାଉଣ୍ଟ ପାଇବା ପାଇଁ Shop700 କୁପନ କୋଡର ବ୍ୟବହାର କରିବାକୁ ପଡିବ । ଏହାର ସମ୍ପୂର୍ଣ୍ଣ ତଥ୍ୟ ଅଫିସିଆଲ ୱେବସାଇଡରେ ଉପଲବ୍ଧ ରହିଛି ।

Nokia G42 5Gରେ 6.56 inch ର ଡିସପ୍ଲେ ଦିଆଯାଇଛି । ଏଥିରେ 90Hz ର ରିଫ୍ରେଶ ରେଟସ୍ ମିଳିବ । ଏହାର ସ୍କ୍ରିନ ପ୍ରୋଟେକ୍ସନ ପାଇଁ Corning Gorilla Glass 3 ର ପ୍ରୋଟେକ୍ସନ ବ୍ୟବହାର କରାଯାଇଛି । ଏହି ଫୋନରେ ତ୍ରିପଲ କ୍ୟାମରେ ସେଟ କରାଯାଇଛି । ତାହା ମଧ୍ୟରେ 50MPର ପ୍ରାଇମେରୀ କ୍ୟାମେରା ଦିଆ ଯାଇଛି । ଏହା ସହିତ 2MP Macro ଏବଂ 2MP depth ର ବି କ୍ୟାମେରା ରହିଛି । ସବୁଠାରୁ ଜରୁରୀ ହେଉଛି ଏଥିରେ 5000mAh ର ବ୍ୟାଟେରୀ ରହିଛି, ୨୦w ଚାର୍ଜ ସହିତ ଏହା ଆସିଥାଏ ।

Get real time updates directly on you device, subscribe now.