fbpx

ଭାରତର ଅର୍ଥନୀତି କରିଡରକୁ ରୋକିବା ପାଇଁ ଇସ୍ରାଏଲ ଉପରେ ଆକ୍ରମଣ କରିଛି ହାମାସ: ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଦାବି

Advertisement

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ଏହି ଯୁଦ୍ଧ ପଛରେ ବାଇଡେନ ଭାରତର ନାମ ଯୋଡିଛନ୍ତି । ବାଇଡେନ କହିଛନ୍ତି ଯେ, ଦିଲ୍ଲୀରେ ଜି -୨୦ ଚାଲିଥିବା ସମୟରେ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ଉପରେ ଯାହା ନିଷ୍ପତ୍ତି ନିଆଯାଇଥିଲା, ତାହା ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିବାର ଅନ୍ୟତମ କାରଣ ।

ତେବେ ଏହି ଦାବି ପାଇଁ ତାଙ୍କ ପାଖରେ ପ୍ରମାଣ ନାହିଁ । ବାଇଡେନ ନିଜେ କହିଛନ୍ତି ଯେ, ତାଙ୍କର ମୂଲ୍ୟାଙ୍କନ ତାଙ୍କ ବୁଝାମଣା ଉପରେ ଆଧାରିତ, ଏଥିପାଇଁ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ।

ଆମେରିକାରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଇଡେନ ଏହି ଦାବି କରିଛନ୍ତି । ସେ କହିଛନ୍ତି, “ହାମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ଏହା ମଧ୍ୟ ଅନ୍ୟତମ କାରଣ ହୋଇପାରେ । ଯଦିଓ ମୋ ପାଖରେ ଏହାର କୌଣସି ପ୍ରମାଣ ନାହିଁ, କିନ୍ତୁ ମୋର ଅନ୍ତରଆତ୍ମା ମୋତେ ଏହା କହୁଛି । ହାମାସ ହୁଏତ ଏହା କରିପାରେ କାରଣ ଆମେ ଇସ୍ରାଏଲର ଆଞ୍ଚଳିକ ଏକୀକରଣ ଦିଗରେ କାର୍ଯ୍ୟ କରୁଛୁ ।’

ଜି -୨୦ ବୈଠକରେ ନୂଆ ଅର୍ଥନୈତିକ କରିଡର ଘୋଷଣା କରାଯାଇଛି  :-

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ବୈଠକରେ ଏକ ନୂଆ ଅର୍ଥନୈତିକ କରିଡର ଘୋଷଣା କରାଯାଇଥିଲା । ଭାରତ, ଆମେରିକା, ସାଉଦି ଆରବ, ୟୁଏଇ, ଫ୍ରାନ୍ସ, ଜର୍ମାନୀ ମିଳିତ ଭାବେ ଏହି କରିଡର ଘୋଷଣା କରିଥିଲେ । ଏହା ଚୀନର ବେଲ୍ଟ ଏବଂ ରୋଡ୍ ପାଇଁ ଏକ ବିକଳ୍ପ ଭାବରେ ଦେଖାଯାଉଛି ।

Get real time updates directly on you device, subscribe now.