fbpx

କଂଗ୍ରେସକୁ ବଡ଼ ଝଟକା: ଜଣେ ଲୋକସଭା ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ, ଉକ୍ତ ଆସନର ଲଢ଼େଇରୁ ବାଦ୍ ପଡ଼ିଲା ଦଳ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଏହି ଅବସରରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା ।

ସୂଚନା ମୁତାବକ, ସୂରତ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭଣୀଙ୍କ ନାମାଙ୍କନ ଖାରଜ କରିଦେଇଛନ୍ତି ନିର୍ବାଚନ ଆୟୋଗ । ଏଥିସହିତ କଂଗ୍ରେସର ବୈକଳ୍ପିକ ପ୍ରାର୍ଥୀ ସୁରେଶ ପଡସାଲାଙ୍କ ନାମାଙ୍କନ ପତ୍ର ମଧ୍ୟ ଅବୈଧ ଘୋଷିତ କରିଦିଆଯାଇଛି । ଏହି ଲୋକସଭା ଆସନରୁ କଂଗ୍ରେସ ନିର୍ବାଚନୀ ମୁକାବିଲାରୁ ବାହାର ହୋଇଯାଇଛି । ନିଲେଶଙ୍କ ନାମାଙ୍କନ ଫର୍ମକୁ ନିର୍ବାଚନ ଅଧିକାରୀ ରଦ୍ଦ କରିଦେଛନ୍ତି । ନିଲେଶ ଓ ସୁରେଶଙ୍କ ପକ୍ଷରୁ ଦାଖଲ କରାଯାଇଥିବା ନାମାଙ୍କନ ପତ୍ରରେ ପ୍ରସ୍ତାବକଙ୍କ ହସ୍ତାକ୍ଷରରେ କିଛି ତ୍ରୁଟି ସାମ୍ନାକୁ ଆସିଥିଲା । ଉକ୍ତ ହସ୍ତାକ୍ଷର ଅସଲି ନଥିଲା । ତେଣୁ ତାକୁ ଖାରଜ କରାଯାଇଥିବା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.