fbpx

UGC NET ୨୦୨୪: ଜୁନ୍ ସେଶନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ

Advertisement

ନୂଆଦିଲ୍ଲୀ: ୟୁଜିସି ନେଟ ୨୦୨୪ ପରୀକ୍ଷାର ଜୁନ୍ ସେଶନ ପାଇଁ ପଞ୍ଜିକରଣ ଆରମ୍ଭ ହୋଇସାରିଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବାକୁ ଇଚ୍ଛୁକ ସେମାନେ ଅଫିସିଆଲ ୱେବସାଇଟ୍ https://ugcnet.nta.ac.in/ କୁ ଯାଇ ନିଜର ରେଜିଷ୍ଟ୍ରେସନ କରିବେ ଓ ଫର୍ମ ପୂରଣ କରିବେ ।

ଫର୍ମ ପୂରଣ କରିବାର ଶେଷ ତାରିଖ ମେ ୧୦ ରହିଥିବା ବେଳେ ଅନଲାଇନ୍ ମୋଡ଼ର ପରୀକ୍ଷା ଫିସ୍ ଜମା କରିବାର ସମୟସୀମା ମେ ୧୧ରୁ ୧୨ ମଧ୍ୟରେ ରହିଛି । ଯଦି ଫର୍ମ ଭରିବା ସମୟରେ କୌଣସି ଭୁଲ୍ ହୁଏ ତେବେ ସେଥିପାଇଁ ପ୍ରାର୍ଥୀଙ୍କୁ ସଂଶୋଧନ ପାଇଁ ସୁଯୋଗ ଦିଆଯିବ । କରେକ୍ସନ ୱିଣ୍ଡୋକୁ ମେ ୧୩ ପର୍ଯ୍ୟନ୍ତ ଓପନ୍ ରଖାଯିବ ଓ ୧୫ ତାରିଖରେ ତାହାକୁ ବନ୍ଦ କରିଦିଆଯିବ । ଜୁନ ୧୬ରେ ପରୀକ୍ଷା ଆୟୋଜନ କରାଯିବ । ବର୍ଷକୁ ଦୁଇଥର ଜୁନିୟର ରିସର୍ଚ୍ଚ ଫେଲୋଶିପ୍ (ଜେଆରଏଫ) ଓ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଏନଟିଏ ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥାଏ ।

Get real time updates directly on you device, subscribe now.