fbpx

ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ଆଶଙ୍କାରେ ଭାରତ, ଇରାନର ଏହି ଗୋଟିଏ ପଦକ୍ଷେପ ସୃଷ୍ଟି କରିପାରେ ବଡ ସମସ୍ୟା

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଶାନ୍ତ ହେବାର ନାଁ ଧରୁନାହିଁ । କେବଳ ମଧ୍ୟପ୍ରାଚ୍ୟ ନୁହେଁ ପୁରା ବିଶ୍ୱର ଦୃଷ୍ଟି ଏବେ ଏହି ଦୁଇ ଶକ୍ତିଶାଳୀ ଦେଶ ଉପରେ ରହିଛି । ବିଶ୍ୱ ସାମ୍ନାରେ ଏକ ମହାଯୁଦ୍ଧ ପରି ସ୍ଥିତି ସୃଷ୍ଟି ହୋଇଛି । ଏହା ଭାରତ ସହ ବହୁ ଦେଶର ଚିନ୍ତା ବଢାଇ ଦେଇଛି । ଭାରତ ପାଇଁ ଏହା ଚିନ୍ତାର କାରଣ ହୋଇଛି କି ଯଦି ଇରାନ ଏହାର ହୋମୁର୍ଜ ଜଲଡମରୁମଧ୍ୟକୁ ଅବରୁଦ୍ଧ କରିଦେବ ତେବେ ଭାରତ ଲାଗି ଅଶୋଧିତ ତେଲ ଆମଦାନୀ ମୁସ୍କିଲ ହୋଇଯିବ । ଏହାଦ୍ୱାରା ଦେଶରେ ତେଲ ଓ ଏଲଏନଜିର ମୂଲ୍ୟ ବୃଦ୍ଧି ପାଇବ ।

ଏଠାରେ ସୂଚାଇ ଦିଆଯାଇପାରେ କି ଏହି ଜଳଡମୁରୁମଧ୍ୟ ଦେଇ ଭାରତ ପରି ଦେଶ ସାଉଦୀ ଆରବ, ଇରାକ, ୟୁଏଇରୁ ଅଶୋଧିତ ତେଲ ଆମଦାନୀ କରିଥାଏ । ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଏପ୍ରିଲ ୧ରେ ସେତେବେଳେ ସୃଷ୍ଟି ହେଲା ଯେତେବେଳେ ଇସ୍ରାଏଲ ସେନା ସିରିଆରେ ଥିବା ଇରାନୀ ଦୂତାବାସ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇରାନର ଶୀର୍ଷ କମାଣ୍ଡରଙ୍କ ସହିତ ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଇରାନ ଇସ୍ରାଏଲକୁ ଏହାର ପ୍ରତିଉତ୍ତର ଦେଇ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ କରିଥିଲା । ପୁନର୍ବାର ଏହାର ଜବାବରେ ଗୁରୁବାର ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା ।

ତେବେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ମଧ୍ୟରେ ଅଶୋଧିତ ତେଲର ଦାମ୍ ବ୍ୟାରେଲ୍ ପ୍ରତି ୯୦ ଆମେରିକୀୟ ଡଲାରରରେ ପହଞ୍ଚିଯାଇଛି । ତେବେ ୨ ଦେଶ ମଧ୍ୟରେ ହିଂସାକୁ କମ୍ କରିବା ଲାଗି ବିଶ୍ୱ ସ୍ତରରେ ପ୍ରୟାସ ଜାରି ରହିଥିବା ବେଳେ ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି କି ଯଦି ଇରାନ ହୋର୍ମୁଜ ଜଳଡମରୁମଧ୍ୟକୁ ଅବରୁଦ୍ଧ କରିଦେବ ତେବେ ତେଲ ଓ ଏଲଏନଜିର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ ।

ଏହି ହୋର୍ମୁଜ ଜଳଡମରୁମଧ୍ୟ ହେଉଛି ଓମାନ ଓ ଇରାନ ମଧ୍ୟରେ ପ୍ରାୟ ୪୦ କିଲୋମିଟର ଚଉଡା ବିଶିଷ୍ଟ ଏକ ସମୁଦ୍ର ରାସ୍ତା । ଏହି ମାର୍ଗ ଦେଇ ସାଉଦି ଆରବ, ୟୁଏଇ, କୁଏତ୍‌, କାତାର, ଇରାକ ଓ ଇରାନ ଅଶୋଧିତ ତୈଳ ରପ୍ତାନୀ କରିଥାନ୍ତି ।

Get real time updates directly on you device, subscribe now.