fbpx

କିପରି ଚେକ୍ କରିବେ EPF କ୍ଲେମ୍ ଷ୍ଟାଟସ୍ ? ସମ୍ପୂର୍ଣ୍ଣ ପ୍ରକ୍ରିୟା ଜାଣିବା ପାଇଁ ଏହି ସହଜ steps ଫଲୋ କରନ୍ତୁ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ( EPFO) ହେଉଛି ଭାରତ ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଏକ Statutory Body । ଏହା ଭାରତରେ ଭବିଷ୍ୟ ନିଧିର ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଦାୟୀ ଅଟେ । ଏହା ଅନ୍ୟ ଦେଶ ସହ ସାମାଜିକ ସୁରକ୍ଷାର ଚୁକ୍ତିନାମା ମଧ୍ୟ ପରିଚାଳନା କରେ । ବର୍ତ୍ତମାନ EPFO ନିଜ ଗ୍ରାହକଙ୍କ ପାଇଁ ପୋର୍ଟାଲ ମାଧ୍ୟମରେ ଅନେକ ସୁବିଧା ପ୍ରଦାନ କରୁଛି । ଏଥିରେ ଗ୍ରାହକ ଜଣଙ୍କ ନିଜ PF ଆକାଉଣ୍ଟ ସହ ଜଡ଼ିତ ସୂଚନା ବ୍ୟତୀତ ଗ୍ରାହକ ଏବଂ ନିଯୁକ୍ତିଦାତାଙ୍କ ଅବଦାନ, ସରକାରଙ୍କ ଦ୍ୱାରା ଜମା ହୋଇଥିବା ସୁଧ, ଆକାଉଣ୍ଟରେ ନୋମିନି ଡିଟେଲ୍ସ ଇତ୍ୟାଦି ବିଷୟରେ ସବିଶେଷ ତଥ୍ୟ ପାଇଥାଏ । ଆପଣ ୩ଟି ଉପାୟରେ ଯଥା UAN ମେମ୍ବର ପୋର୍ଟାଲ, EPF ୱେବସାଇଟ୍ ଏବଂ ଉମଙ୍ଗ ପୋର୍ଟାଲ ମାଧ୍ୟମରେ EPFO କ୍ଲେମ୍ ଷ୍ଟାଟସ୍ ଯାଞ୍ଚ କରିପାରିବେ ।

ୟୁନିଭର୍ସାଲ ଆକାଉଣ୍ଟ ନମ୍ବର(UAN) ମେମ୍ବର ପୋର୍ଟାଲ

୧. ପ୍ରଥମେ UAN ମେମ୍ବର ପୋର୍ଟାଲକୁ ଯାଇ ନିଜ UAN ନମ୍ବର ଏବଂ ପାସୱାର୍ଡ଼ରେ ଲଗ୍ ଇନ୍ କରନ୍ତୁ ।

୨. ଅନଲାଇନ୍ ସର୍ଭିସ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।

୩. ଏହା ପରେ ତାଲିକାରେ ଦିଆଯାଇଥିବା ଟ୍ରାକ୍ କ୍ଲେମ୍ ଷ୍ଟାଟସ୍ ଉପରେ କ୍ଲିକ୍ କରନ୍ତୁ ।

୪. ଏଥିରେ ଅନଲାଇନ୍ ୱିଥ୍‌ଡ୍ରଲ ବା ଟ୍ରାନ୍ସଫର କ୍ଲେମ୍ ଷ୍ଟାଟସ୍ ଚେକ୍ କରିପାରିବେ ।

EPFO ୱେବସାଇଟ୍ ମାଧ୍ୟମରେ କିପରି ଯାଞ୍ଚ କରିବେ EPF କ୍ଲେମ୍ ଷ୍ଟାଟସ୍‌

୧. ପ୍ରଥମେEPFOର ଅଫିସିଆଲ ୱେବସାଇଟ୍ https://passbook.epfindia.gov.in/MemClaimStatusUANକୁ ଯାଆନ୍ତୁ ।

୨. EPFO ପାସବୁକ୍ ଏବଂ କ୍ଲେମ୍ ଷ୍ଟାଟସ ପେଜରେ କ୍ଲିକ୍ କରନ୍ତୁ ।

୩. ଏହା ପରେ UAN, EPFO ମେମ୍ବର ପାସୱାର୍ଡ଼ ଏବଂ Captcha କୋଡ୍ ଟାଇପ୍ କରନ୍ତୁ ।

୪. ଏହା ପରେ କ୍ଲେମ୍ ଟ୍ୟାବ୍ ଉପରେ କ୍ଲିକ୍ କରି କ୍ଲେମ୍ ଷ୍ଟାଟସ୍ ଯାଞ୍ଚ କରିପାରିବେ । ଏଥିରେ ଆପଣ ଅପ୍ରୁଭ୍‌ଡ଼, ସେଟଲ ଏବଂ ଇ ପ୍ରୋସେସ ଅନ୍ତର୍ଗତ ସମସ୍ତ ଷ୍ଟାଟସ୍ ଦେଖିପାରିବେ ।

ଉମଙ୍ଗ୍ ଆପରେ କିପରି ଚେକ୍ କରିବେ EPF କ୍ଲେମ୍ ଷ୍ଟାଟସ୍‌

୧. ପ୍ରଥମେ ଆଣ୍ଡ୍ରଏଡ୍ କିମ୍ବା ଲାପଟପରେ ଉମଙ୍ଗ୍ ଆପ୍ ଡାଉନଲୋଡ୍ କରି ଖୋଲନ୍ତୁ ।
୨. ଏହା ପରେ EPFO ବିକଳ୍ପକୁ ଯାଇ All Services ବିଭାଗ ଉପରେ କ୍ଲିକ୍ କରନ୍ତୁ ।
୩. ଟ୍ରାକ୍ କ୍ଲେମ୍ ବିକଳ୍ପକୁ ଯାଇ ‘Employee Centric Services’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
୪. ଏହା ପରେ ନିଜ UAN ନମ୍ବର ଲେଖି କ୍ଲିକ୍ ଓଟିପି ବିକଳ୍ପକୁ ଚୟନ କରନ୍ତୁ ।
୫. ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଆସିଥିବା ଓଟିପି ଦେଇ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
୬. ଏହା ପରେ ଆପଣ ସମସ୍ତ ପ୍ରକାର କ୍ଲେମ୍ ଦେଖିପାରିବେ ।

Get real time updates directly on you device, subscribe now.