fbpx

(Video) ରାଜ୍ୟରେ ଦ୍ୱିତୀୟ ଅଂଶୁଘାତ ମୃତ୍ୟୁ: ତାତି ସହି ନପାରି ରାସ୍ତା ମଝିରେ ଚାଲିଗଲା ଯୁବତୀଙ୍କ ଜୀବନ…

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ପୁଣି ଆସିଛି ଦ୍ୱିତୀୟ ଘଟଣା । ଗତ ୧୫ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଁ ତାପମାତ୍ରା ୪୫ ଡିଗ୍ରୀ ଟପିଯାଇଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାରେ କଲବଲ ହେଉଛନ୍ତି ।

ସୂଚନା ମୁତାବକ, ପ୍ରବଳ ତାପମାତ୍ରା ବୃଦ୍ଧି କାରଣରୁ ଜଣେ ଯୁବତୀଙ୍କର ଜୀବନ ଚାଲିଯାଇଛି । କଟକ ସିଟି କଲେଜର ଛାତ୍ରୀ ଭୁବନେଶ୍ୱରୀ ଦାସ ଅଂଶୁଘାତରେ ପ୍ରାଣ ହରାଇଛନ୍ତି । ଏହା କଟକର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟର ଦ୍ୱିତୀୟ । ପ୍ରବଳ ତାତି ସହିନପାରି ୨୧ ବର୍ଷୀୟା ଛାତ୍ରୀଙ୍କର ଜୀବନ ଚାଲିଯାଇଥିବା ବେଳେ ସମସ୍ତେ ହତବାକ୍ ହୋଇଯାଇଥିଲେ । ଯୁବତୀ ଜଣଙ୍କର କଲେଜରୁ ଫେରିବା ସମୟରେ ଏହ ଅଘଟଣ ଘଟିଥିଲା । ସେ ବସରୁ ଓହ୍ଲାଇ ଚାଲିଚାଲି ଘରକୁ ଫେରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ଏସସିବିରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ପରଲୋକ ଘଟିଥିଲା । ଝିଅକୁ ହରାଇ ପିତାମାତା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିବା ବେଳେ ସାରା ପରିବାରରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.