fbpx

ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କଲା IRDAI: ଏଣିକି ୬୫ ବର୍ଷ ପରେ ବି ଲୋକମାନେ ନୂଆ ପଲିସୀ ନେଇପାରିବେ

ନୂଆଦିଲ୍ଲୀ: ଏଣିକି ଯେ କୌଣସି ବୟସର ବ୍ୟକ୍ତିବିଶେଷ ନୂଆ ସ୍ୱାସ୍ଥ୍ୟ ବୀମା ପଲିସୀ କ୍ରୟସ କରିପାରିବେ । ପୂର୍ବରୁ ଏହାକୁ କିଣିବା ପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷ ରହିଥିବା ବେଳେ ଏବେ ତାହାକୁ ସମାପ୍ତ କରିଦିଆଯାଇଛି । ଅର୍ଥାତ ଏଣିକି ୬୫ ବର୍ଷରୁ ଅଧିକ ବୟସର ଲୋକମାନେ ମଧ୍ୟ ନୂଆ ପଲିସୀ କ୍ରୟ କରିପାରିବେ । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ତରଫରୁ ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କରାଯାଇଛି ।

ଏପରି ସ୍ଥିତିରେ ଯଦି ଆପଣଙ୍କର ପିତାମାତାଙ୍କର ବୟସ ୬୫ ବର୍ଷରୁ ଅଧିକ ହୋଇଥାଏ ଆଉ ଆପଣ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ନେବାକୁ ଚାହୁଁଥାନ୍ତି ତେବେ ଏହା ଆପଣଙ୍କୁ ନିଶ୍ଚିତ ଭାବେ ଫାଇଦା ଦେବ । ଆଇଆରଡିଏଆଇ ପକ୍ଷରୁ ସ୍ୱାସ୍ଥ୍ୟ ବୀମା କ୍ରୟ ସହ ଜଡ଼ିତ ନିୟମରେ ବଡ଼ ପରିବର୍ତ୍ତନ କରିବା ପରେ ଏବେ ପଲିସୀ କ୍ରୟ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ବୟସ ସୀମା ୬୫ ବର୍ଷକୁ ହଟାଇ ଦିଆଯାଇଛି । ପୂର୍ବରୁ କେବଳ ୬୫ ବର୍ଷ ପର୍ଯ୍ୟନ୍ତ ଲୋକମାନେ ନୂଆ ସ୍ୱାସ୍ଥ୍ୟ ବୀମା ପଲିସୀ କିଣି ପାରୁଥିଲେ ।

ପିଟିଆଇ ରିପୋର୍ଟ ମୁତାବକ, ସ୍ୱାସ୍ଥ୍ୟ ବୀମା କିଣିବାର ସର୍ବାଧିକ ବୟସସୀମାକୁ ସମାପ୍ତ କରି ସୁଲଭ ସେବା ଯୋଗାଇଦେବା ନିମନ୍ତେ ଆଇଆରଡିଏଆଇ ଲକ୍ଷ୍ୟ ରଖିଛି । ଗତ ଏପ୍ରିଲ ୧ ତାରିଖରୁ ପ୍ରଭାବୀ ହେଲଥ ଇନସ୍ୟୁରାନ୍ସ ପଲିସିଜ୍ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ଯେ କୌଣସି ବୟସର ବ୍ୟକ୍ତି ନୂଆ ସ୍ୱାସ୍ଥ୍ୟ ବୀମା ପଲିସୀ କ୍ରୟ କରିପାରିବେ । ଏଥିସହିତ କ୍ୟାନସର, ହାର୍ଟ ଆଟାକ ଓ ଏଡସ୍ ପରି ଗମ୍ଭୀର ବୀମାରୀରେ ପୀଡ଼ିତ ଥିବା ରୋଗୀଙ୍କୁ ପଲିସୀ ଜାରି କରିବା ନେଇ କମ୍ପାନୀମାନେ ମନା କରିପାରିବେ ନାହିଁ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ବୀମା ୱେଟିଂ ପିରିୟଡକୁ ୪୮ ମାସରୁ ହ୍ରାସ କରି ୩୬ ମାସ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.