fbpx

ଅଟୋକୁ ଧକ୍କା ଦେଲା ଟ୍ରକ୍‌, ୩ ମୃତ, ୮ ଗୁରୁତର

Advertisement

ନବରଙ୍ଗପୁର: ନବରଙ୍ଗପୁର ଯୋଡ଼େଙ୍ଗା ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ଜଣାପଡ଼ିଛି । ଉମରକୋଟ ବିଧାୟକ ସୁବାସ ଗଣ୍ଡ ନିର୍ବାଚନୀ ପ୍ରଚାରରେ ଯାଉଥିବା ବେଳେ ଦୁର୍ଘଟଣା ସ୍ଥଳରେ ଅଟକି ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଇଛନ୍ତି । ରାଇଘର ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ଗାଡି ୨ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଟ୍ରକଟି ରାଇଘରରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.