fbpx
BSKY
BJD MC SKY
BJD YOUTH SKY

(Video) ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ: ୯ ଜଣ ଅଟକ

ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ। ଜଣେ ହିନ୍ଦୁଙ୍କ ସହିତ ୪ ଜଣ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିବା ଅଭିଯୋଗ ହୋଇଛି। ସିଂହଦ୍ୱାର ଥାନା ପୋଲିସ ସେମାନଙ୍କଠାରୁ ଗୋଟିଏ ବାଂଲାଦେଶୀ ପାସ୍‌ପୋର୍ଟ ଜବତ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଏହି ଘଟଣାକୁ ନେଇ ସମ୍ପୃକ୍ତ ୯ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଅଟକ ଥିବା ଏହି ୯ ଜଣଙ୍କ ମଧ୍ୟରେ ଜଣେ ହିନ୍ଦୁ ଯୁବକ ମଧ୍ୟ ଅଛନ୍ତି। ତେବେ ଉକ୍ତ ହିନ୍ଦୁ ଯୁବକଙ୍କ ନାମ ଦିଲ୍ଲୀପ କୁମାର ସାହ ବୋଲି ଜଣାପଡିଛି। ତାଙ୍କ ସାଙ୍ଗରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ପ୍ରବେଶ କରିଥିଲେ। ପୋଲିସ ସେମାନଙ୍କଠାରୁ ଗୋଟିଏ ବାଂଲାଦେଶ ପାସପୋର୍ଟ ଜବତ କରିଥିବା ବେଳେ ଅନ୍ୟମାନଙ୍କ ପାସପୋର୍ଟ ହୋଟେଲରେ ଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ୯ ଜଣ ବାଂଲାଦେଶୀ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଆସିଥିଲେ। ସେମାନଙ୍କ ଭିତରୁ ୪ ଜଣ ପରିକ୍ରମା ମାର୍ଗରେ ବସିଥିବା ବେଳେ ୫ ଜଣ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ଭିତରକୁ ଯାଇଥିବା ୫ ଜଣଙ୍କ ମଧ୍ୟରେ ଜଣେ ହିନ୍ଦୁ ରହିଥିଲେ। ଆଉ ବାକି ୪ ଜଣ ଅଣହିନ୍ଦୁ ଥିଲେ। ଅଭିଯୋଗ ଅନୁସାରେ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଛନ୍ତି। ଆଉ ଶ୍ରୀମନ୍ଦିରରୁ ବାହାରିବାବେଳେ ସାଥୀରେ ମହାପ୍ରସାଦ ଧରି ବାହାରୁଥିବା ଅଭିଯୋଗ ହୋଇଛି।

ତେବେ ପରିକ୍ରମା ମାର୍ଗରେ ବସିଥିବା ୪ ଜଣ ବ୍ୟକ୍ତି ଅଣହିନ୍ଦୁ ବୋଲି ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ସେମାନଙ୍କ ପରିଚୟ ପଚାରିଥିଲେ। ସେମାନେ ନିଜର ପରିଚୟ ଦେବା ସହିତ ୫ ଜଣ ବନ୍ଧୁ ଶ୍ରୀମନ୍ଦିର ଭିତରକୁ ଯାଇଥିବା କହିଥିଲେ। ଏହାପରେ ସ୍ଥାନୀୟ ଯୁବକମାନେ ସେମାନଙ୍କ ଫେରିବା ରାସ୍ତାକୁ ଚାହିଁ ବସିଥିଲେ। ସେମାନେ ମହାପ୍ରସାଦ ଧରି ବାହାରିବା ବେଳେ ସେମାନଙ୍କୁ ଧରିଥିଲେ। ଏହା ପରେ ପୋଲିସକୁ ଖବର ଦେଇଥିଲେ।

 

Get real time updates directly on you device, subscribe now.