fbpx
BSKY
BJD SHG SKY
BJD YOUTH SKY

ପ୍ରଧାନମନ୍ତ୍ରୀଙ୍କ ନାମରେ ଚାଲାଣ କାଟିଲା ପୋଲିସ୍ !

ନୂଆଦିଲ୍ଲୀ ୯ା୪ (ଓଡିଶା ଭାସ୍କର) :  ସମଗ୍ର ବିଶ୍ୱ ଏବେ କରୋନା ମହାମାରୀରେ ପିଡ଼ୀତ । କରୋନା ସଂକ୍ରମଣ ଠାରୁ ବଞ୍ଚିବାକୁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ଯେମିତି କି ସାମାଜିକ ଦୂରତ୍ତ୍ୱ, ମାସ୍କ ବ୍ୟବହାର, ବାହରେ ବେଶୀ ବୁଲାବୁଲି ନକରିବା ଏବଂ ହାତକୁ ସାନିଟାଇଜ୍ କରିବା ଇତ୍ୟାଦି । ଏସବୁ ନିୟମ ପାଳନ କରିବା ଦ୍ୱାରା ଆମେ ନିଜକୁ ସୁରକ୍ଷିତ ରଖିପାରିବା । ଏହି ନିୟମ ପାଳନ କରିବା ପ୍ରତ୍ୟେକ ଦେଶର ସରକାର ଏବଂ ସେଠାକାର ଜନସାଧାରଣଙ୍କ କର୍ତ୍ତବ୍ୟ । ନିୟମ ଉଲଘଂନ ହେଲେ ଜରିମାନା କାଟିବା ପାଇଁ ସେଠାକାର ପୋଲିସ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଜାରି ହୋଇଥିବା କରୋନା ନିୟମ ଦେଶର ରାଷ୍ଟ୍ରପତିଙ୍କଠୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ ସମାନ । ଏହି ନିୟମକୁ ପାଳନ କରିବାକୁ ଯାଇ ନରୱେ ପୋଲିସ କୋଭିଡ଼୍ କଟକଣା ଭାଙ୍ଗିବା ଅଭିଯୋଗରେ ସେଠାକାର ପ୍ରଧାନମନ୍ତ୍ରୀଙ୍କ ନାମରେ ଚାଲାଣ କାଟିଛି ।

ପ୍ରଧାନମନ୍ତ୍ରୀ ଇରନା ସୋଲବର୍ଜ ନିଜର ଜନ୍ମଦିନ ପାଇଁ ପରିବାର ଲୋକଙ୍କ ସହ ପାର୍ଟି କରୁଥିଲେ । ଏହି ସମୟରେ ସେ ସାମାଜିକ ଦୂରତା ନିୟମକୁ ଉଲଘଂନ କରିଥିଲେ । ଏନେଇ ପୋଲିସ ତାଙ୍କ ନାମରେ ୨୩୫୨ ଡ଼ଲାରର ଚାଲାଣ କାଟିଛି । ଏ ସମ୍ପର୍କରେ ସେଠାକାର ପୋଲିସ ମୁଖ୍ୟ ଓଲେ ସାଇଭେରୁଡ଼ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.