fbpx

ମାସ୍କ ନ ପିନ୍ଧିଲେ ୨ ଗୁଣା ଜୋରିମାନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୪ (ଓଡିଶା ଭାସ୍କର) : ଆଜି ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ସମ୍ବୋଧନ କରୁଛନ୍ତି । ଏଥିସେ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଆଉ କହିଛନ୍ତି ଯେ, ୧୪ ଦିନ ଯାଏ ମାସ୍କ ଅଭିଯାନ କରିବା । ବିନା ମାସ୍କରେ ଘରୁ ବାହାରିବା ନାହିଁ । ଏଥିସହିତ ମାସ୍କ ନ ପିନ୍ଧିଲେ ୨ ଗୁଣା ଜୋରିମାନା ଆଦାୟ କରିବାକୁ ମଧ୍ୟ କହିଛନ୍ତି । ଏବେ କୋଭିଡ୍ ର ଦ୍ୱିତୀୟ ଲହର ବ୍ୟାପୁଛି ତେଣୁ ଆମକୁ ସତର୍କତା ତଥା ସଚେତନତା ରକ୍ଷା କରିବାକୁ ପଡିବ । ତେବେ କରୋନାକୁ ପ୍ରତିହତ କରିବାକୁ ହେଲେ ମାସ୍କ ପରିଧାନ କରିବାକୁ ପଡିବ । ମାସ୍କକୁ ବେକରେ ନୁହେଁ ବରଂ ମୁହଁରେ ଠିକ୍ ଭାବେ ଲଗାଇବାକୁ ପଡିବ । କାରଣ ମାସ୍କ ହେଉଛି ଏକାମାତ୍ର ଗୁରୁତ୍ୱପୁର୍ଣ୍ଣ ସୁରକ୍ଷା କବଚ । ତେଣୁ ଆମେ ନିଜେ କୋଭିଡ୍ ନିୟମ ମାନିଲେ କରୋନାକୁ ରୋକି ପାରିବା ।

ମାସ୍କ ପିନ୍ଧିବା ଉପରେ ବିଶେଷ ଆଲୋକପାତ କରି କହିଛନ୍ତି ଯେ, କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ମାସ୍କ ନ ପିନ୍ଧିଲେ ଦୁଇ ଗୁଣ ଜୋରିମାନା ଦେବାକୁ ପଡିବ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ । ଯଦି ଆମେ ମାସ୍କ ପିନ୍ଧିବା ତାହେଲେ କରୋନାଠୁ ଦୁରେଇ ରହିବା । ଆମେ ବିନା ମାସ୍କରେ ଘରୁ ବାହାରକୁ ବାହାରିବା ନାହିଁ । ବାହାରେ ପୋଲିସ୍ ଜଗିଛି ଏବଂ ଘରେ ମା’ ମାନେ ଘରେ ଜଗନ୍ତୁ । ତେବେ ମା’ ମାନେ ୁସତର୍କ ହେଲେ କରୋନା ଆମକୁ ହେବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଲେ କରୋନା ହେବନାହିଁ କି ଲକଡାଉନ୍ ପରି ପରିସ୍ଥିତି ଆସିବ ନାହିଁ । କରୋନାର ପ୍ରଥମ ଲହରରେ ଆମେ କଠିନ ପରିସ୍ଥିତି ଦେଇ ଗତିକରିଥିଲେ । ସଟଡାଉନ୍ ଏବଂ ଲକଡାଉନ୍ ପରି ସ୍ଥିତି ଦେଇ ଯିବାକୁ ପଡିଥିଲା । ଆଜିଠାରୁ ସଂକଳ୍ପ ନିଅନ୍ତୁ ଯେ, ମାସ୍କ ପିନ୍ଧିବେ ଏବଂ ଯଦି ନିଜ ରୋଜଗାର ବନ୍ଦ କରିବାକୁ ଚାହୁଁନାହାନ୍ତି ତେବେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ ।

Get real time updates directly on you device, subscribe now.