ଚୀନରୁ ସମଗ୍ର ବିଶ୍ୱରୁ ବ୍ୟାପୁଥିବା କରୋନ ଭାଇରସରେ ମୃତ୍ୟୁ ସଂଖ୍ୟା ୧୦୧୬କୁ ବୃଦ୍ଧି ପାଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବେ ୪୨,୬୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆରେ କିଛି ଲୋକ କରୋନା ଭାଇରସକୁ ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ସହ ଯୋଡି ପୋଷ୍ଟ କରିବାରେ ଲାଗିଛନ୍ତି ।

ଲୋକମାନେ ଦାବି କରିଛନ୍ତି ଯେ, ଫ୍ରାନ୍ସରେ ଜନ୍ମ ହୋଇଥିବା ଭବିଷ୍ୟବକ୍ତା ନାସ୍ତ୍ରେଦମସ ପ୍ରାୟ ୪୬୫ ବର୍ଷ ପୁର୍ବେ କରୋନା ଭାଇରସର ଭବିଷ୍ୟବାଣୀ କରିଥିଲେ ।
Uttarakhand Govt.
ଆଉ ଜଣେ ୟ୍ୟୁଜର ସ୍ପାନିଶ ଭାଷାରେ ଲେଖିଛନ୍ତି ଯେ, ‘୨୧ତମ ଶତାବ୍ଦୀରେ ଆସିବାକୁ ଥିବା ମହାମାରୀ ଏବେଠାରୁ ଆସିସାରିଛି । ଏହା ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ । ଆମେମାନେ ମୃତ୍ୟୁର ନିକଟତର ।’

କେତେକ ଅନଲାଇନ୍ ଥିୟୋରିଷ୍ଟ କହିଛନ୍ତି ଯେ, ମାଇକଲ ଡି ନାସ୍ତ୍ରେଦମସ ୧୫ତମ ଶତାବ୍ଦୀରେ ନିଜର ଭବିଷ୍ୟବାଣୀରେ ଏକ ଭୟଙ୍କର ମହାମାରୀ ବ୍ୟାପିବାର ଆଶଙ୍କା ଅଛି ବୋଲି କହିଥିଲେ ।’
ତେବେ ଚୀନରେ ଆରମ୍ଭ ହୋଇଥିବା କରୋନା ଭାଇରସ ଫ୍ରାନ୍ସ, ଜର୍ମାନୀ, ଆମେରିକା, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେଶିଆ, ଶ୍ରୀଲଙ୍କା, ୟୁଏସ୍, ସାଉଥ୍ କୋରିଆ, ଭିଏତନାମ, ଥାଇଲ୍ୟାଣ୍ଡ, କନାଡା ଓ ନେପାଳରେ ବ୍ୟାପିବାରେ ଲାଗିଲାଣି ।

