ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଖୁବ ସଫଳତା ହାସଲ କରିଛି । କିନ୍ତୁ ଏବେ ବି ମହାକାଶର ରହସ୍ୟ ଭେଦ କରିବାରେ ପଛରେ ରହିଯାଇଛନ୍ତି ବୈଜ୍ଞାନିକ । ମହାକାଶର ଗତିବିଧି, ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆବିଷ୍କାରକୁ ଏବେ ବିଜ୍ଞାନ ପଢି ପାରୁଥିଲେ ମଧ୍ୟ ଏହାକୁ ଭେଦ କରିବା ବିଜ୍ଞାନ ପକ୍ଷରେ ସମ୍ଭବ ହୋଇ ପାରିନାହିଁ । ବର୍ତ୍ତମାନ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ଏକ ରିପୋର୍ଟ ଆହୁରି ଆଶ୍ଚର୍ଯ୍ୟ କରିଦେଇଛି । ବର୍ଷକ ୧୨ ମାସଏବଂ ୩୬୫ ଦିନ ବୋଲି ଆମେ ଜାଣିଛେ । କିନ୍ତୁ ନାସା କହିବା ଅନୁସାରେ, ଏବେ ଗୋଟିଏ ବର୍ଷର ସମୟ ମାତ୍ର ୨୧ ଘଣ୍ଟା । ନାସାର ଏହି ରିପୋର୍ଟ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।
ସୂଚନା ଅନୁସାରେ, ଆମେରିକାର ନାସା ଟିଓଆଇ-୩୨୪୬ ନାମକ ଏକ ଗ୍ରହ ଆବିଷ୍କାର କରିଛନ୍ତି । ଏହି ଗ୍ରହରେ ଗୋଟିଏ ବର୍ଷ ପାଇଁ ୧୨ ମାସ କିମ୍ବା ୩୬୫ ଦିନ ଅପେକ୍ଷା କରିବାକୁ ପଡ଼ି ନଥାଏ । ଏହି ଗ୍ରହରେ ଗୋଟିଏ ବର୍ଷର ଅର୍ତ ମାତ୍ର ୨୧ ଘଣ୍ଟା । ଏହି ଗ୍ରହର ଆକାର ସୌରମଣ୍ଡଳର ନେପଚ୍ୟୁନ ଭଳି ଏବଂ ଏହା ନିଜ ତାରାର ବେଶ୍ ନିକଟତର ରହିଥାଏ । ତେଣୁ ଏହି ଗ୍ରହରେ ଗୋଟିଏ ବର୍ଷ ଖୁବ କମ୍ ସମୟରେ ପୂରଣ ହୋଇଯାଏ । ରିପୋର୍ଟ ଅନୁସାରେ, ଟିଓଆଇ-୩୨୪୬ବିକୁ ନାସାର ଟ୍ରାଞ୍ଜିଟି ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ ଏବଂ ଅଷ୍ଟ୍ରେଲିଆ ସହ ଚିଲି ଏବଂ ଦକ୍ଷିଣ ଅଫ୍ରିକାର ଗ୍ରାଉଣ୍ଡ ବେସଡ୍ ଟେଲିସ୍କୋପ ଜରିଆରେ ଖୋଜାଯାଇଛି । ଏହା ‘ଅଲଟ୍ରା ଶର୍ଟ ପିରିୟଡ୍ ହଟ୍ ନେପଚ୍ୟୁନ୍’ ଶ୍ରେଣୀର ଚତୁର୍ଥ ଗ୍ରହ ବୋଲି ଜଣାଯାଇଛି । ଏହା ଖୁବ କମ୍ ସମୟରେ ନି ନକ୍ଷତ୍ର ଚାରିପାଖରେ ଘୂର୍ଣ୍ଣନ ଶେଷ କରିଥାଏ । ବୈଜ୍ଞାନିକମାନେ ଟିଓଆଇ-୩୨୪୬ବି ଏବଂ ଏହାର ନକ୍ଷତ୍ରର ୬.୫ ଆରବ ବର୍ଷର ଇତିହାସକୁ ମଡେଲିଂଜରିଆରେ ବୁଝିଛନ୍ତି ।
ରିସର୍ଚ୍ଚରୁ ଜଣାଯାଇଛି ଯେ, ଏହି ଗ୍ରହ ପୂର୍ବରୁ ଏକ ବିଶାଳ ଗ୍ୟାସୀୟ ଗ୍ରହ ଥିଲା । ଏହାର ଆକାର ପ୍ରାୟ ସୌରମଣ୍ଡଳର ବୃହସ୍ପତି ଆକାରର ହୋଇଥିବା ଜଣାଯାଇଛି । କିନ୍ତୁ ସମୟକ୍ରମେ ଏହା ଛୋଟ ହୋଇଥିବା ବେଳେ ଟିଓଆଇ-୩୨୪୬ବି ଦୁଇ ପ୍ରମୁଖ କାରଣରୁ ଏହା ନିଜର ଗ୍ୟାସ ହରାଇଛି । ଏହାର ଆଉ ଏକ କାରଣ ହେଉଛି, ୩କ୍ଷତ୍ରର ମାଧ୍ୟକର୍ଷଣ ବଳ ଯୋଗୁଁ ଗ୍ରହର ବାହାର ପରସ୍ତ ନଷ୍ଟ ହୋଇଯାଇଛି । ତେବେ ବୈଜ୍ଞାନିକଙ୍କ ଅନୁସାରେ, ଏହି ଗ୍ରହ ନକ୍ଷତ୍ରଠାରୁ ଅଧିକ ଦୂରରେ ରହିଥିବ, ଯାହା ଫଳରେ ଏହାର ଆକାର ବିଶାଳ ରହିଥିଲା । ତେବେ ‘ଟିଓଆଇ-୩୨୪୬ବି’ର ବାୟୁମଣ୍ଡଳ ମଧ୍ୟ ବୈଜ୍ଞାନିକଙ୍କ ପାଇଁ ବେଶ୍ ରହସ୍ୟମୟ ହୋଇ ରହିଛି ।