ଏହି ମନ୍ଦିରରେ ତେଲ ନୁହେଁ, ପାଣିରେ ଜଳିଥାଏ ଦୀପ, ଜାଣନ୍ତୁ ଏହି ରହସ୍ୟ ପଛର କାହାଣୀ

ଏହି ମନ୍ଦିରରେ ତେଲ ନୁହେଁ, ପାଣିରେ ଜଳିଥାଏ ଦୀପ, ଜାଣନ୍ତୁ ଏହି ରହସ୍ୟ ପଛର କାହାଣୀ

News across the Earth, news close to your heart, Read Odisha Bhaskar English

ଆମ ଦେଶର କୋଣ ଅନୁକୋଣରେ ଅନେକ ପୂରାତନ ମନ୍ଦିର ରହିଛି । ଅନେକ ମନ୍ଦିରରେ ଆଜି ବି ଈଶ୍ୱରଙ୍କ ସତ୍ତା ରହିଥିବା ଅନେକ ଲୋକ ବିଶ୍ୱାସ କରୁଛନ୍ତି । କାଳିସିନ୍ଧ ନଦୀ ପାଶ୍ୱର୍ରେ ରହିଥିବା ଗଡ଼ିଆଘାଟ ମାତାଜୀଙ୍କ ମନ୍ଦିର ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏହି ମନ୍ଦିରରେ ଭକ୍ତମାନେ ଦୀପ ତେଲରେ ନୁହେଁ, ବରଂ ପାଣିରେ ଜାଳିଥାନ୍ତି । ଏହି ଚତ୍ମକାରିତା ଦେଖିବା ପାଇଁ ବର୍ଷ ତମାମ ବହୁ ଦୂର ଦୂରାନ୍ତରୁ ଅନେକ ଲୋକ ଏଠାକୁ ଆସିଥାନ୍ତି ।

ମଧ୍ୟପ୍ରଦେଶର ଗାଡ଼ିଆ ଗାଁ ନିକଟରେ ଏହି ମନ୍ଦିରଟି ରହିଛି । ଏନେଇ ଏହି ମନ୍ଦିରର ପୂଜାରି କୁହନ୍ତି ଯେ, ପୂର୍ବରୁ ମନ୍ଦିରରେ ତେଲ ଦ୍ୱାରା ଦୀପ ଜଳାଯାଉଥିଲା । ମାତ୍ର ୧୦ ବର୍ଷ ପୂର୍ବ ଦେବୀ ମାତା ପାଣିରେ ଦୀପ ଜଳାଇବା ନେଇ ତାଙ୍କୁ ସ୍ୱପ୍ନରେ କହିଥିଲେ । ସକାଳୁ ଉଠି ପୂଜାରି କାଳିସିନ୍ଧ ନଦୀ ଜଳରେ ଦୀପ ଜଳାଇଥିଲେ ।ପାଣିରେ ଦୀପ ଜଳିବା ଖବର ଚାରିଆଡ଼େ ପ୍ରଘଟ ହୋଇଥିଲା । ସେହିଦିନ ଠାରୁ ସେହି ପ୍ରଥା ଆଜି ପର୍ଯ୍ୟନ୍ତ ଚଳି ଆସୁଛି ।

Get real time updates directly on you device, subscribe now.