fbpx

Spotifyରେ ଏଣିକି ଗୀତ ଶୁଣିବା ସହିତ ଭିଡିଓ ମଧ୍ୟ ଦେଖିପାରିବେ ୟୁଜର୍ସ: କମ୍ପାନୀ ବଦଳାଇଲା ନିୟମ, ଜାଣନ୍ତୁ ତରିକା

ନୂଆଦିଲ୍ଲୀ: ସ୍ଫୋଟିଫାଏରେ ଏଣିକି ଆପଣମାନେ କେବଳ ଗୀତ ଶୁଣିପାରିବେ ନାହିଁ, ବରଂ ଭିଡିଓ ମଧ୍ୟ ଉପଭୋଗ କରିପାରିବେ । କମ୍ପାନୀ ଆଙ୍କର କ୍ରିଏଟର୍ସଙ୍କୁ ଭିଡିଓ ପୋଡକାଷ୍ଟ କରିବା ପାଇଁ ଅନୁମତି ପ୍ରଦାନ କରୁଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଏକ ନୂଆ ଟୁମ୍ ଲଞ୍ଚ କରାଯାଇଛି । ପୂର୍ବରୁ କ୍ରିଏଟର୍ସଙ୍କ ଭିଡିଓ ପବ୍ଲିସ କରିବାର କ୍ଷମତା ନଥିଲା । ଯେଉଁ କ୍ରିଏଟର୍ସ ନିଜର ଭିଡିଓ ପୋଡକାଷ୍ଟ ପବ୍ଲିସ କରିବାକୁ ଚାହୁଁଥିଲେ, ସେମାନେ ୟୁଟ୍ୟୁବ ପରି ଅନ୍ୟ ପ୍ଲାଟଫର୍ମକୁ ଯିବାକୁ ବାଧ୍ୟ ହେଉଥିଲେ । ତେବେ ବର୍ତ୍ତମାନ ସ୍ପୋଟିଫାଏର ନିୟମ ବଦଳିଯିବା କାରଣରୁ କିଏଟରମାନେ ନିଜର ଆକାଉଣ୍ଟରେ ଭିଡିଓ ମଧ୍ୟ ଅପଲୋଡ୍ କରିପାରିବେ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆଙ୍କର ମାଧ୍ୟମରେ କ୍ରିଏଟର୍ସ ନିଜର ଆକାଉଣ୍ଟରେ ଭିଡିଓ ଅପଲୋଡ୍ କରିପାରିବେ । ଯେପରି ଭାବେ ଅଡିଓ ପବ୍ଲିଶ ହୁଏ, ଅନୁରୂପ ଭାବେ ଭିଡିଓ ପବ୍ଲିଶ ହେବ । ଥରେ ଏହା ପବ୍ଲିଶ ହେବା ପରେ ୟୁଜର୍ସ ଏହି ପ୍ଲାଟଫର୍ମରେ ପୋଡକାଷ୍ଟ ଶୁଣିପାରିବେ । ଆପଣମାନେ ସବସ୍କ୍ରିପସନ ଜରିଆରେ କ୍ରିଏଟର୍ସ ନିଜର ଅଡିଓ ପୋଡକାଷ୍ଟ ପରି ଭିଡିଓ କଣ୍ଟେଣ୍ଟକୁ ମନିଟାଇଜ୍ କରିପାରିବେ ।

Get real time updates directly on you device, subscribe now.