fbpx

୧୫୦ ଟଙ୍କା ହେବ ପେଟ୍ରୋଲ-ଡିଜେଲ ଦାମ୍!

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲର ଦାମ୍ ଆକାଶଛୁଆଁ ହେବାରେ ଲାଗିଛି । ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ଅଧିକ ପଡୁଛି । ବିଭିନ୍ନ ରାଜନୈତିକ ଦଳ ସହିତ ମିଶି ସାଧାରଣ ଲୋକମାନେ ପେଟ୍ରୋଲ-ଡିଜେଲ ଦାମକୁ ହ୍ରାସ କରିବାକୁ ସରକାରଙ୍କ ନିକଟରେ ଦାବି କରୁଛନ୍ତି । ଏଭଳି ପରିସ୍ଥିତିରେ ବିଶ୍ୱ ଆର୍ଥିକ କମ୍ପାନୀ ଗୋଲ୍ଡମ୍ୟାନ୍ ସାଚ୍ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଦାମ୍ ଲିଟର ପିଛା ୧୫୦ ଟଙ୍କା ହେବ ।

ଗୋଲ୍ଡମ୍ୟାନ୍ ସାଚ୍ ପକ୍ଷରୁ ନିକଟରେ କୁହାଯାଇଛି ଯେ, ଆସନ୍ତା ବର୍ଷ ବ୍ରେଣ୍ଟ କ୍ରୁଡ ତେଲର ଦାମ୍ ବଢ଼ି ବ୍ୟାରେଲ ପିଛା ୧୧୦ ଡଲାର ହୋଇପାରେ । ଏବେ ବ୍ରେଣ୍ଟ କ୍ରୁଡ ତେଲର ଦାମ୍ ବ୍ୟାରେଲ ପିଛା ୮୫ ଡଲାର ରହିଛି । କ୍ରୁଡ଼ର ବର୍ଦ୍ଧିତ ଦର ଯୋଗୁଁ ଭାରତର ପେଟ୍ରୋଲ-ଡିଜେଲ ଦର ଉପରେ ପ୍ରଭାବ ପଡ଼ିବ । ଗୋଲ୍ଡମ୍ୟାନ୍ ସାଚର କହିବା ମୁତାବକ, କ୍ରୁଡ଼ର ଦାମରେ ୩୦ % ବୃଦ୍ଧିର ଅର୍ଥ ଭାରତରେ ଲିଟର ପିଛା ପେଟ୍ରୋଲ ରେଟ୍ ୧୫୦ ଓ ଡିଜେଲ ୧୪୦ ଟଙ୍କା ହୋଇପାରେ । ଏହି ସମୟରେ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦାମ୍ ୧୦୭.୯୪ ଥିବା ବେଳେ ଡିଜେଲ ଦାମ୍ ୯୬.୯୭ ଟଙ୍କା ରହିଛି ।

Get real time updates directly on you device, subscribe now.