fbpx

କେବଳ ମହିଳାଙ୍କୁ ନୁହେଁ, ପୁରୁଷଙ୍କୁ ମଧ୍ୟ ହୋଇଥାଏ Breast Cancer

ଓଡିଶା ଭାସ୍କର :କ୍ୟାନସର ଏକ ମାରାତ୍ମକ ରୋଗ, ଏହି ରୋଗ ଏବଂ ରୋଗୀକୁ ସତର୍କ କରିବାକୁ ଅନେକ ପ୍ରକାର ସଚେତନ କାର୍ଯ୍ୟକ୍ରମ କରାଯାଇଥାଏ । ଯାହା ଫଳରେ ଲୋକମାନେ ଏହି ରୋଗର ଲକ୍ଷଣ ଜାଣି ପାରି ତାହାର ଚିକିତ୍ସା କରିପାରିବେ । ଆଜି ଆମେ ଜାଣିବା ଏହି ରୋଗର ଲକ୍ଷଣ ଏବଂ ପ୍ରତିକାର ବିଷୟରେ ।

ଯଦି ଆପଣ କ୍ୟାନସରର ଲକ୍ଷଣକୁ ଅଣଦେଖା କରିବେ ତେବେ ଆପଣ ବହୁ ଅସୁବିଧାର ସମ୍ମୁଖିନ ହେବେ । ତେବେ ବ୍ରେଷ୍ଟ କ୍ୟାନସର ମହିଳାଙ୍କ ଅପେକ୍ଷା ପୁରଷଙ୍କ ପାଖରେ ବହୁତ କମ ଦେଖାଦେଇଥାଏ । କିନ୍ତୁ ଏହି ରୋଗ ପୁରୁଷଙ୍କୁ ମଧ୍ୟ ହୋଇପାରେ । ଫ୍ଲୋରିଡାରେ ରହୁଥିବା୪୩ ବର୍ଷର ଜ୍ୟାକ ୟାରବ୍ରା ନିଜ ଛାତିରେ କିଛି ଗଣ୍ଠି ସଦୃଶର ବାହାରୁଥିବା ଦେଖି ଡାକ୍ତରଙ୍କୁ ପାଖକୁ ଯାଇଥିଲେ । ମାସ ପରେ ସେହି ଗଣ୍ଠିର ଆକାର ବଢିବାରେ ଲାଗିଥିଲା । ଏହା ପରେ ତାଙ୍କୁ ଡାକ୍ତର ଚିକିତ୍ସା କରିଥିଲେ । ତେବେ ପୁରୁଷଙ୍କ ପାଖରେ ବ୍ରେଷ୍ଟକ୍ୟାନସର ସାଧାରଣରେ ଦେଖା ଯାଇ ନଥାଏ କିନ୍ତୁ ଡାକ୍ତର କହିଥିଲେ ଜ୍ୟାକଙ୍କୁ ବ୍ରେଷ୍ଟ କ୍ୟନସର ହୋଇଛି ବୋଲି ଏବଂ ତାହାକୁ ଖୁବଶିଘ୍ର ତାହାର ଉପଚାର କରିବା ପାଇଁ । ଏହି କ୍ୟାନସର ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଜ୍ୟାକ ଏବେ ମଧ୍ୟ ସେହି ରୋଗ ସହ ଲଢୁଛନ୍ତି ଏବଂ ସେ ପ୍ରତି ସପ୍ତାହରେ କେମୋ ଥେରାପି ନେବାକୁ ଯାଉଛନ୍ତି ।

ଏବେ ପର୍ଯ୍ୟନ୍ତ ତାଙ୍କର୧୨ କେମୋ ଥେରାପି ୩୬ ରେଡିଓ ଥେରାପି ହୋଇ ସାରିଛି । ଏକ ରିସର୍ଚ୍ଚରୁ ଜଣା ପଡିଛି ସ୍ତନ କର୍କଟରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମୃତ୍ୟୁ ସମ୍ଭାବନା ଅଧିକ ହୋଇଥାଏ । ତେବେ ଏହି ରୋଗରେ ମହିଳାଙ୍କ ହାର ୮୬.୪ ପ୍ରତିଶତ ଥିବା ବେଳେ ପୁରୁଷଙ୍କ ୭୭.୬ ପ୍ରତିଶତ ହୋଇଥାଏ । ପୁରୁଷଙ୍କୁ ସ୍ତନ କର୍କଟ ହେବାର ଲକ୍ଷଣ ହେଉଛି ଛାତିରେ ଦରଜ ହେବା,ସ୍କିନରେ ଗାତ ପରି ଦେଖା ଦେବା,ଛାତି ପାଶ୍ୱର୍ରେ ଦରଜ ହେବା ପୁରୁଷ ସ୍ତନ କର୍କଟର ରୋଗର ଲକ୍ଷଣ । ଏପରି ଲକ୍ଷଣ ଦେଖିଲା ପରେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ । ଫ୍ୟାମିଲି ହିଷ୍ଟ୍ରି, ଜିନ,ହାଇ ଏଷ୍ଟ୍ରୋଜନ ଲେବଲ, ଆଷ୍ଟ୍ରାଜନ ଯୁକ୍ତ ଔଷଧ ଟେଷ୍ଟିକଳ ପରି ସର୍ଜରୀ, ରେଡିଏସନ ଥେରୋପି ପୁରୁଷଙ୍କ ସ୍ତନ କର୍କଟର କାରଣ ହୋଇଥାଏ ।

Get real time updates directly on you device, subscribe now.