fbpx

ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ସାଧୁଙ୍କୁ ଗଳାକାଟି ହତ୍ୟା, କାରଣ ଅସ୍ପଷ୍ଟ

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ଆଜି ଘଟିଯାଇଛି ଏକ ବଡ ଅଘଟଣ । ଏଠିକାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ଜଣେ ସାଧୁଙ୍କର ଗଳା କାଟି ହତ୍ୟା କରାଯାଇଛି । ଗୁରୁବାର ସକାଳେ ଏପରି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ସାଧୁଙ୍କ ନାମ ରାମ ସାହାରେ ଦାସ ଓ ସେ ବସନ୍ତିଆ ପଟ୍ଟୀର ସନ୍ଥ ଦୂର୍ବଳ ଦାସଙ୍କ ଶିଷ୍ୟ ଥିଲେ । ଘଟଣାର ସୂଚନା ମିଳିବା ମାତ୍ରକେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛି । ଅନୁମାନ କରାଯାଉଛି କି ଆମ୍ବେଦକରନଗର ଭିଟିରେ ପ୍ରାୟ ୧୦ ବିଘା ଜମିର ମାଲିକାନାକୁ ନେଇ ଏପରି ହତ୍ୟା କରାଯାଇଛି ।

ଏହି ଘଟଣା ସମୟରେ ମନ୍ଦିର ପରିସରରେ ସିସିଟିଭି କ୍ୟାମେରା ବନ୍ଦ କରି ଦିଆଯାଇଥିଲା । ମନ୍ଦିର ପରିସରରେ ରହୁଥିବା ଜଣେ ଯୁବକ ଘଟଣା ପରଠାରୁ ଗାଏବ ହୋଇଯାଇଛନ୍ତି । ଏବେ ପୋଲିସ ସେହି ଯୁବକଙ୍କୁ ସନ୍ଦେହ କରୁଛି । ହନୁମାନଗଡି ମନ୍ଦିରର ପ୍ରବେଶ ଦ୍ୱାର ସାମ୍ନାରେ ଥିବା କୋଠରୀରେ ରାମ ସାହାରେ ଦାସ ରହିଥାନ୍ତି । ସେହି ରୁମ୍‌ରୁ ତାଙ୍କ ମୃତଦେହ ମିଳିଛି । ତାଙ୍କ ବେକରେ ଗଭୀର ଆଘାତର ଚିହ୍ନ ରହିିଛି । ପୋଲିସ ସହିତ ଫୋରେନସିକ୍ ଟିମ୍ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି ।

Get real time updates directly on you device, subscribe now.