fbpx
BJD SKY
BJD SKY

ପାକିସ୍ତାନ ନୁହେଁ, ଏହି ଦେଶ ମଧ୍ୟ ଆତଙ୍କବାଦକୁ ଦେଉଛି ଶରଣ: ଏସ୍ ଜୟଶଙ୍କର

BJD

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନଜ୍ଜରୀ ହତ୍ୟା ପରେ ଭାରତ ଏବଂ କାନାଡ଼ା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ତେବେ ଭାରତ-କାନାଡ଼ା ଭିତରେ ଜାରି ରହିଥିବା ଏହି ବିବାଦ ମଧ୍ୟରେ ଆମେରିକାରୁ ଏକ ବଡ଼ ବୟାନ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । କାନାଡ଼ା ପକ୍ଷରୁ ଲଗାଯାଇଥିବା ବିଭିନ୍ନ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇବା ସହ ଜୟଶଙ୍କର ଏହାର ଉତ୍ତର ରଖିଛନ୍ତି । ଏହାସହିତ କାନାଡ଼ା ଆତଙ୍କୀମାନଙ୍କୁ ଆଶ୍ରୟ ଦେଉଥିବା କହିଛନ୍ତି ଏସ୍. ଜୟଶଙ୍କର । ଭାରତର ବୈଦେଶିକ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏକ ପ୍ରଶ୍ନକୁ ନେଇ ଏସ୍ ଜୟଶଙ୍କର କହିଛନ୍ତି ଯେ, ଆମେରିକା ଏନଏସଏ ସୁଲିଭନ ଏବଂ ବିଦେଶ ମନ୍ତ୍ରୀ ବ୍ଲିଙ୍କନଙ୍କ ସହ କାନାଡ଼ାକୁ ନେଇ ଆଲୋଚନା ହୋଇଛି । ଆଲୋଚନାରେ ଉଭୟ ପକ୍ଷରୁ ନିଜ ନିଜ ବିଚାର ଏବଂ ଆସେସମେଣ୍ଟ ରଖାଯାଇଛି । ତେବେ କାନାଡ଼ାରେ ଉଗ୍ରବାଦୀ ଏବଂ ଆତଙ୍କବାଦୀ ତତ୍ତ୍ୱ ରହିଥିବା ବେଳେ ଭାରତ ଏ ନେଇ ନିଜ ମତାମତ ଆମେରିକାକୁ ଜଣାଇଥିବା ସ୍ପଷ୍ଟ କରିଛନ୍ତି ଜୟଶଙ୍କର । ସେ ଆହୁରି କହିଛନ୍ତି ଯେ, କାନାଡ଼ାକୁ ଭାରତର ରାଜନୈତିକ ଦୂତାବାସ ଏବଂ କନସୁଲେଟ କାର୍ଯ୍ୟାଳୟକୁ ଯିବା ପାଇଁ ଭୟ କରୁଛନ୍ତି । ଆମକୁ ସାର୍ବଜନିକ ସ୍ତରରେ ଧମକ ଦିଆଯାଇଛି, ତେଣୁ ଭିସା ଅପରେସନକୁ ନିଲମ୍ବିତ କରିବାକୁ ପଡ଼ିଛି ବୋଲି କହିଛନ୍ତି ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ଏସ୍. ଜୟଶଙ୍କର ।

ରାଜନ÷ତିକ କାରଣରୁ କାନାଡ଼ା ଆତଙ୍ବାଦୀମାନଙ୍କୁ ଶରଣ ଦେଉଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଭାରତର କୁଟନୀତିଜ୍ଞମାନଙ୍କୁ ସାର୍ବଜନିକ ଖୋଲା ଧମକ ମିଳୁଥିବାରୁ ସେମାନେ କାର୍ଯ୍ୟାଳୟକୁ ଯିବା ପାଇଁ ଭୟ କରୁଛନ୍ତି । ତେବେ କାନାଡ଼ା ରାଜନୈତିକ ଦୃଷ୍ଟିରୁ ବାଧ୍ୟ ହୋଇଥିବା ସେ ପ୍ରକାଶ କରିଛନ୍ତି । ଜୟଶଙ୍କର କହିଛନ୍ତି ଯେ, କାନାଡ଼ା ପ୍ରଧାନମନ୍ତ୍ରୀ ଆଣିତିବା ସମସ୍ତ ଅଭିଯୋଗ ଭିତ୍ତିହୀନଏବଂ ଏସବୁ ଆମର ନୀତିବିରୁଦ୍ଧ । ତେବେ ଯଦି ସେମାନଙ୍କ ପାକରେ କୌଣସି ସାକ୍ଷୀ ଥିଲେ ଆମେ ଏହା ଉପରେ ନଜର ଦେବାକୁ ପ୍ରସ୍ତୁତ ଅଛୁ ବୋଲି ଜୟଶଙ୍କର ଦୃଢୋକ୍ତି କରିଛନ୍ତି ।

Get real time updates directly on you device, subscribe now.