fbpx

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ୧୭ଟି ରାଜ୍ୟର ୫୫ଟି ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ବାହାରିଛି । ତେବେ ରାଜ୍ୟର ୪ଟି ଆସନ ପାଇଁ ୨୬ ତାରିଖରେ ନିର୍ବାଚନ ହେବ । ଏନେଇ ଆଜିଠାରୁ ଆସନ୍ତା ୧୩ ଯାଏଁ ନାମାଙ୍କନ ଦାଖଲ ହେବ । ସେହିପରି ୧୬ରେ ଯାଞ୍ଚ ଓ ୧୮ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଅନୁଭବ ମହାନ୍ତି ଓ ନରେନ୍ଦ୍ର ସ୍ୱାଇଁଙ୍କ ଜାଗାରେ ନିର୍ବାଚନ ହେବ । ଅନ୍ୟପଟେ ସରୋଜିନୀ ହେମ୍ବ୍ରମ ଓ ରଞ୍ଜୀବ ବିଶ୍ୱଳଙ୍କ କାର୍ଯ୍ୟକାଳ ମଧ୍ୟ ସରୁଛି ।

Get real time updates directly on you device, subscribe now.