fbpx

ଏସସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ

କଟକ,୬ ।୩(ଓଡିଶା ଭାସ୍କର): କଟକ ଏସସିବିରୁ ଚମ୍ପଟ ମାରିିଛନ୍ତି କରୋନା ସନ୍ଦିଗ୍ଧ ବ୍ୟକ୍ତି । ଗତକାଲି ସନ୍ଧ୍ୟାରୁ ସନ୍ଦିଗ୍ଧଙ୍କ ଆଉ ପତ୍ତା ମିଳୁନି । ରିପୋର୍ଟ ନେଗେଟିଭ୍ ଆସିବା ପରେ ବିଳମ୍ବିତ ରାତିରେ ସେ ମେଡିକାଲରୁ ଖସି ପଳାଇଛନ୍ତି । ଏସସିବି ମେଡିକାଲ ପକ୍ଷରୁ ଏନେଇ ମଙ୍ଗଳାବାଗ ଥାନାରେ ଏକ ଏତଲା ଦିଆଯାଇଛି ।

ତେବେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ସିଙ୍ଗାପୁରରୁ ଫେରିଥିବା ବେଳେ ସେ ଗତ ୩ ଦିନ ଧରି ଏସସିବିରେ ଚିକିତ୍ସାଧିନ ଥିଲେ । ଭୁବନେଶ୍ୱର ବିମାନବନ୍ଦରରୁ ଅଣାଯାଇ ତାଙ୍କୁ ଏସସିବିର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସୁରକ୍ଷାକର୍ମୀଙ୍କ ନିୟୋଜିତ ପରେ ବି କିପରି ରୋଗୀ ଜଣକ ଖସି ପଳାଇଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Get real time updates directly on you device, subscribe now.