fbpx

ନୟାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ: ୧୧ ଜଣଙ୍କୁ ଉଠାଇନେଲା ପୋଲିସ

ନୟାଗଡ,୬ ।୩(ଓଡିଶା ଭାସ୍କର): ୬ ବର୍ଷ ଧରି ବନ୍ଦ ପଡିଥିବା ଚିନିକଳ ଖୋଲିବା ପାଇଁ ଆଜି ନୟାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଚିନିକଳ ଚାଲୁ ଦାବିରେ ଏହି ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଆନ୍ଦୋଳନକାରୀଙ୍କ ଦ୍ୱାରା ନୟାଗଡ ଷ୍ଟେସନରେ ଟ୍ରେନ୍ ଅଟକ ରଖାଯାଇଛି । ଟ୍ରେନ୍ ଅଟକାଇବା ବେଳେ ଷ୍ଟେସନରୁ ୧୧ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇନେଇଛି ।

ତେବେ ୨୦୧୪ରୁ ବନ୍ଦ ପଡିଥିବା ଚିନିକଳ ଚାଲୁ କରିବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ଜାନୁଆରୀ ୩୦ରୁ ପଦଯାତ୍ରା ଆରମ୍ଭ କରିଥିଲା । ଫେବ୍ରୃଆରୀ ୩ ରେ ପଦଯାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିଥିଲେ ମଧ୍ୟ ମିଶନ ଫେଲ୍ ହୋଇଥିଲା ।

Get real time updates directly on you device, subscribe now.