fbpx

ଭିଜିଲାନ୍ସ ଜାଲରେ ଆରଟିଓ ଅଫିସର

ନବରଙ୍ଗପୁର,୬ ।୩(ଓଡିଶା ଭାସ୍କର): ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଫୁଲବାଣୀ ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଆରମ୍ଭ କରିଛି । ପୁର୍ବରୁ ଲାଞ୍ଚ ନେବା ନେଇ ଗଣେଶ୍ୱରଙ୍କ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ସ୍ଥାୟୀ ଚାକିରୀ କରାଇଦେବାକୁ କହି କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ ବୋଲି ଗଣେଶ୍ୱରଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଥିଲା ।

Get real time updates directly on you device, subscribe now.