fbpx

ହୋଟେଲରୁ ଠାବ ହେଲେ କରୋନା ସନ୍ଦିଗ୍ଧ

କଟକ,୬ ।୩(ଓଡିଶା ଭାସ୍କର): କଟକ ଏସସିବିରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଜି ଠାବ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରୁ ଏହି ବିଦେଶୀ କରୋନା ସନ୍ଦିଗ୍ଧ ଠାବ ହୋଇଥିବା ଜଣାପଡିଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପିପି କିଟ୍ ପିନ୍ଧାଇ ଉଦ୍ଧାର କରିବେ ମେଡିକାଲ କର୍ତ୍ତୃପକ୍ଷ ।

ଉଲ୍ଲେଖଯୋଗ୍ୟ ଯେ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ବିଳମ୍ବିତ ରାତିରେ ସେ ମେଡିକାଲରୁ ଖସି ପଳାଇଥିଲେ । ୱାର୍ଡକୁ ଯିବା ପୂର୍ବରୁ ସହଯୋଗୀଙ୍କ ସହ ସନ୍ଦିଗ୍ଧ ଜଣକ ମେଡିକାଲରୁ ଫେରାର ହୋଇଥିଲେ । ଏସସିବି ମେଡିକାଲ ପକ୍ଷରୁ ଏନେଇ ମଙ୍ଗଳାବାଗ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଥିଲା । ତେବେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ସିଙ୍ଗାପୁରରୁ ଫେରିଥିବା ବେଳେ ସେ ଗତ ୩ ଦିନ ଧରି ଏସସିବିରେ ଚିକିତ୍ସାଧିନ ଥିଲେ । ଭୁବନେଶ୍ୱର ବିମାନବନ୍ଦରରୁ ଅଣାଯାଇ ତାଙ୍କୁ ଏସସିବିର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.