fbpx

ବିଜୁବାବୁଙ୍କୁ ଭାରତ ରତ୍ନ ଦାବି

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିବ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ ଅମର ପଟ୍ଟନାୟକ । ଏନେଇ ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ୍ କରିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ତେବେ ପୂର୍ବରୁ ବହୁ ନେତା ବିଜୁବାବୁଙ୍କୁ ଭାରତ ରତ୍ନ ଦାବି କରିଛନ୍ତି । ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଦାବି କରିଥିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ସେ କହିଥିଲେ ଯେ, ଓଡ଼ିଶାର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ସ୍ୱର୍ଗତ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତ ରତ୍ନ ଉପାଧି ଦେବା ପାଇଁ ସମ୍ମିଳିତ ଦାବି ଉପସ୍ଥାପନ କରିବା ଉଚିତ ।

Get real time updates directly on you device, subscribe now.