fbpx
BJD SKY
BJD SKY

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ପୌର ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ନାମାଙ୍କନ ଦାଖଲ ପ୍ରକ୍ରିୟା । ୯ ତାରିଖରେ ମନୋନୟନ ପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ଏବଂ ମାର୍ଚ୍ଚ ୨୬ରେ ଫଳାଫଳ ପ୍ରକାଶ ପାଇବ ।

ତେବେ ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ମେୟର/ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ଇଭିଏମରେ ହେବ ଭୋଟ ଗଣତି । ପୌର ନିର୍ବାଚନରେ ପ୍ରତି ବୁଥରେ ୨ଟି ଇଭିଏମ ରଖାଯିବ । ଗୋଟିଏ ଇଭିଏମରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇହେବ । ୨ୟ ଇଭିଏମରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇହେବ ।’ ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ଓ ୮ରେ ଡେପୁଟୀ ମେୟର ପାଇଁ ନିର୍ବାଚନ ହେବ । ୧୦୬ ଏନଏସି/ମ୍ୟୁନିସିପାଲଟି, ୩ଟି ମହାନଗରରେ ନିର୍ବାଚନ ହେବ । ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନି ।

Get real time updates directly on you device, subscribe now.