fbpx
BSKY
BJD SHG SKY
BJD YOUTH SKY

୨୧ତମ ଗ୍ରାଣ୍ଡ୍ ସ୍ଲାମ୍ ଜିତିଲେ ନୋଭାକ୍ ଜୋକୋଭିଚ୍, ୭ମ ଥର ହେଲେ ୱିମ୍ବଲଡନ ଚାମ୍ପିୟନ

ନୂଆଦିଲ୍ଲୀ: ସର୍ବିଆର ନୋଭାକ୍ ଜୋକୋଭିଚ୍ ରବିବାର ଅଷ୍ଟ୍ରେଲିଆରର ନିକ୍ କିର୍ଗିୟୋସଙ୍କୁ ହରାଇ ସପ୍ତମ ଥର ପାଇଁ ୱିମ୍ବଲଡନ ଟାଇଟଲ ଜିତିଛନ୍ତି । ନାଭାକ୍ ଜୋକୋଭିଚ୍, ୩୨ ତମ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ ଖେଳି ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଅପରାଜିତ କିର୍ଗିୟୋସଙ୍କ ୪-୬, ୬-୩, ୬-୪, ୭-୬ (୩) ରେ ପରାସ୍ତ କରିଛନ୍ତି  । ଏହା ହେଉଛି ଜୋକୋଭିଚଙ୍କ କ୍ରମାଗତ ଚତୁର୍ଥ ୱିମ୍ବଲଡନ୍ ଟାଇଟଲ୍  । ରାଫେଲ ନାଡାଲଙ୍କ ଆଘାତ ହେତୁ କିର୍ଗିଓସ ସେମିଫାଇନାଲରେ ୱାକଓଭର ପାଇଥିଲେ ଏବଂ ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳୁଥିଲେ।

ଜୋକୋଭିଚ୍ ପୂର୍ବରୁ ୨୦୧୧, ୨୦୧୪, ୨୦୧୫, ୨୦୧୮, ୨୦୧୯ ଏବଂ ୨୦୨୧ ରେ ଟାଇଟଲ୍ ଜିତିଥିଲେ  । ଆଉ ଏବେ ତାଙ୍କର ସପ୍ତମ ଟାଇଟଲ୍ ସହିତ ଜୋକୋଭିଚ୍ ଆମେରିକାର ପିଟ୍ ସାମ୍ପ୍ରାସଙ୍କ ଏକକ ରେକର୍ଡ ସହ ସମାନ ହୋଇଛନ୍ତି ।

ଚତୁର୍ଥ ସେଟ୍ ଟାଇବ୍ରେକରରେ ଜୋକୋଭିଚ୍ ୬-୧ରେ ଆଗୁଆ ହୋଇଥିଲେ  । ଏହା ହେଉଛି ଜୋକୋଭିଚଙ୍କର ୨୧ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍, ଯାହା ରେକର୍ଡଧାରୀ ରାଫେଲ ନାଡାଲଙ୍କଠାରୁ କମ୍  । ସର୍ବାଧିକ ୱିମ୍ବଲଡନ୍ ଟାଇଟଲ୍ ଜିତିବାରେ ସେ ରୋଜର ଫେଡେରରଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଫେଡେରର ଆଠଟି ୱିମ୍ବଲଡନ୍ ଟାଇଟଲ୍ ଜିତିଛନ୍ତି  ।

ଫାଇନାଲରେ ୱିମ୍ବଲଡନରେ ପ୍ରଥମ ଥର ପାଇଁ ଜୋକୋଭିଚ ଏବଂ କିର୍ଗିୟୋସ ମୁହାଁମୁହିଁ ହୋଇଥିଲେ  । ଏହାପୂର୍ବରୁ କିର୍ଗିୟୋସ ଏବଂ ଜୋକୋଭିଚ ଦୁଇଥର ମୁହାଁମୁହିଁ ହୋଇଥିଲେ ଏବଂ ଏଥିରେ କିର୍ଗିୟୋସ ଉଭୟ ଥର ଜିତିଥିଲେ । ଜୋକୋଭିଚ ୱିମ୍ବଲଡନରେ ୯୬ ଟି ମ୍ୟାଚ୍ ମଧ୍ୟରୁ ୮୬ ଟି ମ୍ୟାଚ୍ ଜିତିଛନ୍ତି  ।

ଜୋକୋଭିଚ ବର୍ତ୍ତମାନ ୱିମ୍ବଲଡନରେ କ୍ରମାଗତ ୨୮ ଟି ମ୍ୟାଚ୍ ଜିତିଛନ୍ତି  । ଜୋକୋଭିଚ ୩୨ ତମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିବା ସହ ସର୍ବାଧିକ ଫାଇନାଲ ଖେଳିଥିବା ରୋଜର ଫେଡେରରଙ୍କ (୩୨) ରେକର୍ଡ ଭାଙ୍ଗିଥିଲେ  । ଜୋକୋଭିଚ ୨୧ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତି ପ୍ରତିଦ୍ୱନ୍ଦ୍ୱୀ ରାଫେଲ ନାଡାଲଙ୍କ ରେକର୍ଡର ନିକଟତର ହୋଇଛନ୍ତି  ।

 

 

Get real time updates directly on you device, subscribe now.