fbpx
BJD SKY
BJD SKY

ନୋଭାକ ଜୋକୋଭିକ୍ ଜିତିଲେ ଅଷ୍ଟ୍ରେଲିଆ ଓପନ୍ ଟାଇଟଲ୍, ୨୨ ତମ ଗ୍ରାଣ୍ଡସ୍ଲାମ ବିଜୟ ସହ କଲେ ନୂଆ ରେକର୍ଡ

BJD

ନୂଆଦିଲ୍ଲୀ: ସର୍ବିଆର ତାରକା ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ଅଷ୍ଟ୍ରେଲିଆ ଓପନ୍ ଟାଇଟଲ୍ ଜିତିଛନ୍ତି। ଜୋକୋଭିକ୍ ଫାଇନାଲ୍ ମ୍ୟାଚ୍ ରେ ଗ୍ରୀସର ଷ୍ଟେଫାନୋସ୍ ସିସିପାସଙ୍କୁ ପରାସ୍ତ ଦଶମ ଥର ପାଇଁ ଅଷ୍ଟ୍ରେଲିଆ ଓପନ୍ ଟାଇଟଲ୍ ଜିତିଛନ୍ତି। ଜୋକୋଭିକ୍ ଏହି ମ୍ୟାଚ୍ ରେ ସିସିପାସଙ୍କୁ ୬-୩, ୭-୬, ୭-୬ ରେ ପରାସ୍ତ କରିଥିଲେ। ଜୋକୋଭିକଙ୍କ କ୍ୟାରିୟରର ଏହା ହେଉଛି ୨୨ ତମ ଗ୍ରାଣ୍ଡ୍ ସ୍ଲାମ୍।

ଏହି ଟାଇଟଲ୍ ବିଜୟ ସହିତ ଜୋକୋଭିକ୍ ସ୍ପେନର ମହାନ ଟେନିସ୍ ଖେଳାଳି ରାଫେଲ ନାଡାଲଙ୍କ ରେକର୍ଡ ଗ୍ରାଣ୍ଡସ୍ଲାମ ବିଜୟ ସହିତ ସମାନ ହୋଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ପରାଜୟ ସହିତ ନାଡାଲ ଏହି ଟୁର୍ନାମେଣ୍ଟରୁ ବାଦ ପଡ଼ିଥିଲେ। ଜୋକୋଭିକ୍ ୨୦୧୯, ୨୦୨୦ ଏବଂ ୨୦୨୧ ରେ କ୍ରମାଗତ ତିନି ବର୍ଷ ପାଇଁ ଟାଇଟଲ୍ ଜିତିଥିଲେ, କିନ୍ତୁ ୨୦୨୨ ସଂସ୍କରଣରେ ଅଂଶଗ୍ରହଣ କରିପାରିନଥିଲେ କାରଣ ତାଙ୍କୁ ଉଙଠଓଊ-୧୯ ବିରୋଧରେ ଟିକା ଦିଆଯାଇ ନ ଥିବାରୁ ତାଙ୍କୁ ଭିସା ପାଇଁ ମନା କରାଯାଇଥିଲା।

ତେବେ ଜୋକୋଭିକ୍ ଦଶମ ଥର ଅଷ୍ଟ୍ରେଲିଆ ଓପନ୍ ଟାଇଟଲ୍ ଜିତିଥିଲେ ଏବଂ ଏହି ଚାମ୍ପିଅନସିପ୍ ଜିତିବା ପରେ ସେ ଏଟିପି ମାନ୍ୟତାରେ ୧ ନମ୍ବର ସ୍ଥାନକୁ ଫେରିଛନ୍ତି। ଜୋକୋଭିକ୍ ୧୫ ବର୍ଷ ପୂର୍ବେ ୨୦୦୮ ରେ ତାଙ୍କର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିଥିଲେ ଏବଂ ଏହା ମଧ୍ୟ ଅଷ୍ଟ୍ରେଲିୟ ଓପନରେ ହୋଇଥିଲା। ଜୋକୋଭିକ୍ ଅଷ୍ଟ୍ରେଲିଆ ଓପନ୍ ଟାଇଟଲ୍ ଜିତିବା ପରେ ଭାବପ୍ରବଣ ହୋଇଯାଇଥିଲେ ଏବଂ ତାଙ୍କ ଲୁହକୁ ନିୟନ୍ତ୍ରଣ କରିପାରି ନଥିଲେ।

Get real time updates directly on you device, subscribe now.