fbpx
BSKY
BJD SHG SKY
BJD YOUTH SKY

ବଡ ଖବର, ଏବେ ରବିବାର ବି ମିଳିବ ୫ ଟଙ୍କିଆ ଆହାର: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ ଟଙ୍କିଆ ଆହାର ସେବାରେ କରାଯାଇଛି ଏକ ବଡ ପରିବର୍ତ୍ତନ । ଏଣିକି ରବିବାର ମଧ୍ୟ ଆହାର କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ସମସ୍ତ ମହାନଗର ନିଗମଙ୍କୁ ଅବଗତ କରାଯାଇଛି । ପ୍ରତ୍ୟେକ ରବିବାର ବିଭିନ୍ନ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରଗୁଡିକୁ କୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଜନହିତକାରୀ ଆହାର ଯୋଜନାରେ ଏକ ପରିବର୍ତ୍ତନ ଆଣିଛନ୍ତି ସରକାର । ଏଣିକି ଡାକତରଖାନା ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡିକ ପ୍ରତି ରବିବାର ମଧ୍ୟ ଖୋଲା ରହିବ । ପ୍ରତ୍ୟେକ ରବିବାର ସାଧାରଣ ଲୋକେ ଏଠରେ ୫ ଟଙ୍କିଆ ସୁଲଭ ଭୋଜନ ବ୍ୟବସ୍ଥାର ସୁବିଧା ପାଇପାରିବେ । ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଅବଗତ କରାଇ ଦିଆଯାଇଛି । ପୂର୍ବରୁ ପ୍ରତି ରବିବାର ରାଜ୍ୟ ସରକାରଙ୍କ ଏହି ଯୋଜନା ଅନୁସାରେ, ଆହାର କେନ୍ଦ୍ର ବନ୍ଦ ରହୁଥିଲା । କିନ୍ତୁ ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ ଆସିବା ସହ ରବିବାର ଆହାର କେନ୍ଦ୍ରଗୁଡିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଥାଉ କି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬୭ ଆହାର କେନ୍ଦ୍ର ରହିଛି । ତେବେ ସେଥିମଧ୍ୟରୁ ୮୨ଟି ଆହାର କେନ୍ଦ୍ର ରାଜ୍ୟର ବିଭିନ୍ନ ଡାକ୍ତରଖାନା ପରିସରରେ ରହିଛି । ତେଣୁ ଡାକ୍ତରଖାନାର ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଭୋଜନ ସୁବିଧା ଯୋଗାଇ ଦେବା ପାଇଁ ଏଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ଡାକ୍ତରଖାନା ପରିସରରେ ଥିବା ଏହି ଆହାର କେନ୍ଦ୍ର ଗୁଡିକୁ ରବିବାର ମଧ୍ୟ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

 

Get real time updates directly on you device, subscribe now.