fbpx
BJD
BJD SKY
BJD SKY

ଏବେ ପଶୁପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା

ଭୁବନେଶ୍ୱର,୬ ।୫(ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏବେ ଆଉ ଏକ ସଙ୍କଟ ଦେଖାଦେଇଛି । ଏଣିକି ପଶୁପକ୍ଷୀଙ୍କୁ କରୋନା ବ୍ୟାପିବାର ଆଶଙ୍କା କରାଯାଉଛି । ଅଭୟାରଣ୍ୟ, ଜାତୀୟ ଉଦ୍ୟାନକୁ କରୋନା ପ୍ରବେଶ କରିପାରେ ବୋଲି ଆଶଙ୍କା ରହିଛି । ସଂକ୍ରମିତ କର୍ମଚାରୀଙ୍କ ଠାରୁ ପଶୁପକ୍ଷୀଙ୍କୁ କରୋନା ସଂକ୍ରମଣ ହେବାର ରହିଛି ଆଶଙ୍କା । ଏନେଇ ରାଜ୍ୟର ସବୁ ପିସିସିଏଫଙ୍କୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖାଯାଇଛି । ସତର୍କତାମୂଳକ ପଦକ୍ଷେପ ନେବାକୁ ଚିଠି ଲେଖିଛି ଜଙ୍ଗଲ ମନ୍ତ୍ରଣାଳୟ । ଏହା ସହ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ପୂର୍ବରୁ ୮ ଟି ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା ।

Get real time updates directly on you device, subscribe now.