fbpx

ଏବେ କ୍ୟାନ୍ସର ଚିକିତ୍ସାର ଏହି ପଦ୍ଧତି ବ୍ୟବହାର କରି ଠିକ ହୋଇପାରିବ ହୃଦରୋଗ: ରିସର୍ଚ୍ଚରୁ ଖୁଲାସା

ବର୍ତ୍ତମାନ ଦେଶରେ ଘରେ ଘରେ ହୃଦ୍ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏପରି ସମୟରେ ବିଶେଷଜ୍ଞମାନେ କିପରି ଏହାର ସମାଧାନ କରାଯାଇପାରିବ ସେ ବିଷୟରେ ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଛନ୍ତି । ତେବେ ନିକଟରେ ହୋଇଥିବା ଏକ ନୂତନ ରିସର୍ଚ୍ଚରେ ଏ ନେଇ ନୂତନ ସମ୍ଭାବନା ପ୍ରକାଶ ପାଇଛି । କର୍କଟ ରୋଗର କୌଶଳକୁ ବ୍ୟବହାର କରି ହୃଦ ରୋଗର ଚିକିତ୍ସା କରାଯାଇପାରିବ ।

ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଡାକ୍ତରମାନେ ଏ ନେଇ ଏକ ନିଆରା ପରୀକ୍ଷଣ କରିଥିଲେ । ସେମାନେ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ରେଡିଏଶନ ଚିକିତ୍ସା ଦ୍ୱାରା ଏକ ବିପଜ୍ଜନକ ହୃଦ ରୋଗର ଚିକିତ୍ସା କରିଥିଲେ। ତେବେ ଏହି ପଦ୍ଧତି ଦ୍ୱାରା ହୃଦରୋଗର ଚିକିତ୍ସା କରାଯାଇ ହାର୍ଟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଏପରିକି ଏହା ଦ୍ୱାରା ହାର୍ଟରେ କୋଷ୍ଟ୍ରେଲର ମାତ୍ରା ମଧ୍ୟ କମ ହୋଇଥାଏ । ତେବେ ଏହା ପୂର୍ବରୁ ଏହି ରେଡିଏଶନ ଚିକିତ୍ସା ପଦ୍ଧତିକୁ ହାର୍ଟ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଏହା ହୃଦରୋଗୀମାନଙ୍କ ପାଇଁ ବେଶ ଲାଭଦାୟକ ପ୍ରମାଣିତ ହୋଇଛି ।

କ’ଣ କହୁଛି ରିସର୍ଚ୍ଚ- ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଡାକ୍ତରମାନେ ଏହି ଚିକିତ୍ସା ପଦ୍ଧତିକୁ ହୃଦରୋଗୀଙ୍କଠାରେ ପ୍ରୟୋଗ କରିଛନ୍ତି। ଭେଣ୍ଟ୍ରିକୁଲାର ଟାଇକିକାର୍ଡ଼ିଆ ପରି ଏକ ବିପଜ୍ଜନକ ହୃଦ୍ ରୋଗ ପାଇଁ କର୍କଟ ରୋଗର ଚିକିତ୍ସାରେ ବ୍ୟବହୃତ ରେଡିଏସନ ଚିକିତ୍ସା ପଦ୍ଧତି ଦ୍ୱାରା ଚିକିତ୍ସା କରାଯାଇଥିଲା । ।ତାବ ଡାକ୍ତରମାନେ କିଛି ହୃଦରୋଗୀଙ୍କ ଉପରେ ଏହା ର ପରୀକ୍ଷଣ କରିବା ସହିତ ମୂଷାମାନଙ୍କ ଉପରେ ମଧ୍ୟ ଏହାର ପରୀକ୍ଷା କରିଥିଲେ । ସେଥିରୁ ସେମାନେ ଜାଣିବାକୁ ପାଇଲେ ଯେ ସ୍ୱଳ୍ପ ମାତ୍ରାରେ ରେଡିଏଶନ ବିଭିନ୍ନ ପ୍ରକାର ହୃଦରୋଗର ଚିକିତ୍ସାରେ ସାହାଯ୍ୟ କରିଥାଏ ।

ଏହା କିପରି କାର୍ଯ୍ୟ କରିଥାଏ- ତେବେ ଏହି ଚିକିତ୍ସା ପଦ୍ଧତି ପ୍ରୟୋଗ କରିବା ପୂର୍ବରୁ ଏନେଇ ଅଧିକ ରିସର୍ଚ୍ଚ କରିବାକୁ ପଡ଼ିବ । କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି ଯେ ହୃଦରୋଗୀଙ୍କଠାରେ ଏହି ଚିକିତ୍ସା ପଦ୍ଧତିର ପ୍ରଭାବ ଭିନ୍ନ ଏବଂ ଲାଭଦାୟକ ହୋଇପାରେ । ଡାକ୍ତରୀ ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନ ଅନୁଯାୟୀ, ଅଳ୍ପମାତ୍ରାର ବିକିରଣ ଚିକିତ୍ସା ହାର୍ଟ ହେଲ୍ଥକୁ କିଛି ମାତ୍ରାରେ ଉନ୍ନତ କରିଥାଏ ।

 

Get real time updates directly on you device, subscribe now.