fbpx

BIG BREAKING: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହେଲଟ୍!

ରାଜସ୍ଥାନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଶୋକ ଗେହେଲଟ୍। କଂଗ୍ରେସର ବଡ଼ ପରାଜୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ଗଣତି ଶେଷ ହେବା ପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ସୂଚନା ଥାଉକି, ଆଜି ଦେଶର ୪ଟି ବିଧାନସଭା ଭୋଟ ଗଣତି ଜାରି ରହିଛି। ଏହା ମଧ୍ୟରେ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସରକାର ଥିବା କଂଗ୍ରେସକୁ ଏକ ବଡ଼ କ୍ଷତି ସହିଥିବା ବେଳେ ବିଜେପି ଢେର ଆଗରେ ରହିଛି। ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୦ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳ ବିଜେପିକୁ ହରାଇ ସରକାର ଗଠନ କରିଥିଲା ।

ତେବେ ଏଠାରେ କହି ରଖୁଛୁ ଯେ, ସଦ୍ୟ ଭୋଟ ଗଣତି ମୁତାବକ ରାଜସ୍ଥାନରେ ବିଜେପିକୁ ୧୧୫ଟି ଆସନ ମିଳିଥିବା ବେଳେ କଗ୍ରେସକୁ ମାତ୍ର ୭୦ଟି ଆସନ ମିଳିଛି । ସେହିପରି ଅନ୍ୟାନ ଦଳ ମାନଙ୍କୁ ୧୫ଟି ଆସନ ମିଳିଛି।

Get real time updates directly on you device, subscribe now.