fbpx

ମାତ୍ର ୧୯ ରନ୍ ବାକି… କିଙ୍ଗ କୋହଲିଙ୍କ All Time T-20 ରେକର୍ଡ ଭାଙ୍ଗିବେ ଋତୁରାଜ

ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଶେଷ ମ୍ୟାଚ । ଏହି ସିରିଜକୁ ୩-୧ରେ କବଜା କରିଥିବା ଟିମ ଇଣ୍ଡିଆ ବିଜୟଧାରା ସହ ସିରିଜ ଶେଷ କରିବାକୁ ଚାହିଁବ । ସେହିପରି ବିଜୟୀ ହୋଇ ଚମ୍ପିଆନ ଦଳ ଭାବରେ ସିରିଜରୁ ବିଦାୟ ନେବା ଲକ୍ଷ୍ୟରେ ରଖିବ ଅଷ୍ଟ୍ରେଲିଆ । କିନ୍ତୁ ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି । ବିଶେଷ କରି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କିଛି ରେକର୍ଡ ଉପରେ ରହିଛି ସାଥୀ ଖେଳାଳିଙ୍କ ନଜର । ଅଧିନାୟକ ସୂର୍ଯ୍ୟକୁମାରଙ୍କ ହାତରେ କୋହଲିଙ୍କ ୨ଟି ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଥିବା ବେଳେ ଋତୁରାଜଙ୍କ ପାଖରେ ମଧ୍ୟ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଟି-୨୦ ସିରିଜରେ ଋତୁରାଜ ଗାଏକ୍ୱାଡ ସର୍ବାଧିକ ସ୍କୋର ହାସଲ କରିଛନ୍ତି । ଚଳିତ ଟି-୨୦ ସିରିଜରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସହ ଋତୁରାଜ ମୋଟ ୨୧୩ ରନ୍ ସଂଗ୍ରହ କରି ସାରିଛନ୍ତି । ତେବେ ଆଜି ଶେଷ ମ୍ୟାଚରେ ଆଉ ମାତ୍ର ୧୯ ରନ୍ କରିପାରିଲେ, ଋତୁରାଜ ବିରାଟ କୋହଲିଙ୍କ ଏକ ବଡ଼ରେକର୍ଡକୁ ପଛରେ ପକାଇ ପାରନ୍ତି । କୌଣସି ଟି-୨୦ ଦ୍ୱିପାକ୍ଷିକ ସିରିଜରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ରନ୍ କରିବାରେ ଶୀର୍ଷ ସ୍ଥାନରେ ରହିଛନ୍ତି ବିରାଟ । କୋହଲି ୨୩୧ ରନ୍ ସହ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ୱିକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ୨୨୪ ରନ୍ ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଆଜି ଋତୁରାଜ ୧୨ ରନ୍ କଲେ ପ୍ରଥମେ ରାହୁଲ ଏବଂ ୧୯ ରନ୍ କରିବା ମାତେନˆିଙ୍ଗ କୋହଲିଙ୍କୁ ପଛରେ ପକାଇ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିପାରିବେ ।

ଏହା ପୂର୍ବରୁ ଚତୁର୍ଥ ଟି-୨୦ରେ ଋତୁରାଜ ଟି-୨୦ ଫର୍ମାଟରେ ଦ୍ରୁତତମ ବ୍ୟାଟର ଭାବରେ ୪୦୦୦ ରନ୍ ହାସଲ କରିଛନ୍ତି । ଏହାବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜରେ ସର୍ବାଧିକ ୧୯ଟି ଛକା ଏବଂ ୧୦ଟି ଚୌକା ଲଗାଇଛନ୍ତି ଋତୁରାଜ ଗାଏକ୍ୱାଡ । ତେବେ ଚତୁର୍ଥ ମ୍ୟାଚରେ ୨୦ ରନର ବିଜୟ ସହ ଟିମ ଇଣ୍ଡିଆ ଏହି ସିରିଜ ଉପରେ କବଜା କରିଥିଲା । ଆଜିର ଶେଷ ମ୍ୟାଚ ବେଙ୍ଗଲୁରୁରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ।

Get real time updates directly on you device, subscribe now.