fbpx
BJD
BJD SKY
BJD SKY

କଂଗ୍ରେସ ପୁଣି ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇପାରେ, ନଅ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି

ଗୋଆ: ମହାରାଷ୍ଟ୍ର ସଙ୍କଟ ପରେ ଏବେ ଗୋଆ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ ଥିବା ଖବର ଆସିଛି। କୁହାଯାଉଛି ଯେ, ପାର୍ଟିର ୯ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି। ଗୋଆରେ ଏବେ କଂଗ୍ରେସର ୧୧ ବିଧାୟକ ଅଛନ୍ତି। ଯଦି ୯ ବିଧାୟକ ବିଜେପିରେ ସାମିଲ ହୁଅନ୍ତି, ତେବେ କଂଗ୍ରେସ ପାଖରେ କେବଳ ୨ ବିଧାୟକ ରହିବେ। ତେବେ ଏଭଳି କୌଣସି ପ୍ରକାର ଖବରକୁ ପାର୍ଟି ଖଣ୍ଡନ କରିଛି।

ଗୋଆ ସରକାରରେ ସାମିଲ ହେବା ଏବଂ ବିଜେପିକୁ କିଛି କଂଗ୍ରେସ ବିଧାୟକ ଆସିବା ଖବରକୁ ଗୋଆ ପ୍ରଭାରୀ ଦିନେଶ ଗୁଡ଼ୁ କଣ୍ଡନ କରି ଏହାକୁ ଏକ ଗୁଜବ ବୋଲି କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଶନିବାର ପାନାଜିର ଏକ ହୋଟେଲରେ କଂଗ୍ରେସର ୧୧ ବିଧାୟକଙ୍କ ସହିତ ବୈଠକ ସହିତ ଏହି ଖବରର କୌଣସି ସମ୍ପୃକ୍ତି ନାହିଁ । ବିଧାନସଭା ଅଧିବେଶନ ପୁର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ସଭାପତି ଅମିତ ପାଟକର କହିଛନ୍ତି ଯେ ଆମର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ନୂଆ। ଆଜି ବିଧାନସଭା ପରିଚାଳନା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆମର ବରିଷ୍ଠ ବିଧାୟକମାନେ ନୂତନ ବିଧାୟକଙ୍କ ସହ ଆଲୋଚନା କରିଥିଲେ ଏବଂ ମୁଁ ଆଶା କରୁଛି ସୋମବାର ଠାରୁ ଆପଣ ଦେଖିବେ ଯେ କଂଗ୍ରେସ ଏହି ସରକାର ବିରୁଦ୍ଧରେ ଜନ ପ୍ରସଙ୍ଗ ଉଠାଉଛି, ଯାହା ବିଫଳ ହୋଇଛି।

ତେବେ କଂଗ୍ରେସ ବିଧାୟକ ଆଲେକ୍ସୋ ସେକିରା କହିଛନ୍ତି ଯେ ମୋତେ ହାଇ କମାଣ୍ଡ ଡାକିନଥିଲେ, କେବଳ ସୌଜନ୍ୟମୂଳକ ବୈଠକ ପାଇଁ ଏଠାକୁ ଆସିଥିଲି। ବିଧାୟକଙ୍କ ମଧ୍ୟରେ ଫାଟ ଉପରେ ସେ କହିଛନ୍ତି ଯେ ମୁଁ ନିଜ ବିଷୟରେ କିଛି କରିପାରିବି, କିନ୍ତୁ ଅନ୍ୟ କାହା ବିଷୟରେ କିଛି କହି ପାରିବି ନାହିଁ।

Get real time updates directly on you device, subscribe now.