fbpx

ମ୍ୟାରେଜ୍ ପରେ ଦମ୍ପତ୍ତି ଏହି ସମସ୍ତ କାର୍ଯ୍ୟ କରିବା ଅନୁଚିତ, ଜାଣନ୍ତୁ କ’ଣ ସେସବୁ

ବିବାହକୁ ହିନ୍ଦୁ ଧର୍ମରେ ଏକ ମହତ୍ କାର୍ଯ୍ୟର ମାନ୍ୟତା ମିଳିଥାଏ । ମହର୍ଷି ବେଦବ୍ୟାସଙ୍କ କହିଛନ୍ତି ଯେ, ମଣିଷ ଜନ୍ମ ହେବା ପରେ ମୃତ୍ୟୁ ପର୍ଯ୍ୟନ୍ତ ଏହି ପବିତ୍ର ସଂସ୍କାରଗୁଡ଼ିକୁ ମାନି ଚଳିବା ଉଚିତ । ସେହି ସଂସ୍କାରଗୁଡ଼ିକ ମଧ୍ୟରୁ ବିବାହ ଏକ ସଂସ୍କାର ଅଟେ । କେବଳ ମାନସିକ ସ୍ତରରେ ପରିପକ୍ୱ ଥିବା ପୁରୁଷ-ନାରୀ ଏହି ବିବାହ ସଂସ୍କାରକୁ ପାଳନ କରିପାରନ୍ତି ।

– ସାଧାରଣ ଭାବେ ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ଗ୍ରହଣ କରାଯାଇଥାଏ । ବିବାହ କରିବା ଦିନ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ ଏପରି କିଛି କାର୍ଯ୍ୟ ନ କରିବାର ନିୟମ ରହିଛି ।

– ଏହାକୁ ଅବମାନନା କଲେ ପ୍ରେମ, ଶାନ୍ତି, ସୁଖ, ମହିମା ଆଦି ନଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ନିୟମଗୁଡ଼ିକ ବିଷୟରେ ଯାହାକୁ ନ ମାନିଲେ ଆମର ବହୁତ ଅନିଷ୍ଟ ହୋଇଥାଏ ।

– ବିବାହ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ ଶିବଙ୍କର କୌଣସି ମନ୍ଦିରକୁ ନବ ବିବାହିତ ଦମ୍ପତ୍ତି ଯିବା ଅନୁଚିତ । ଯଦି ନବଦମ୍ପତ୍ତି ଶିବଙ୍କ ଦର୍ଶନ କରନ୍ତି, ତେବେ ସେମାନଙ୍କ ଠାରୁ ଜନ୍ମିତ ସନ୍ତାନ ଶିବଙ୍କ ପରି ବୈରାଗୀ ହେବାର ସମ୍ଭାବନା ରହିଛି ।

– ବିଶେଷ କରି ପୁରୁଷମାନେ ଶିବ ମନ୍ଦିର ଯାଇ ଦର୍ଶନ କରିପାରିବେ, ମାତ୍ର ନାରୀମାନେ ଶିବମନ୍ଦିର ଯିବା ଉଚିତ ନୁହେଁ ।

– ଦମ୍ପତ୍ତିମାନେ ହନିମୁନରେ କୌଣସି ତୀର୍ଥସ୍ଥଳକୁ ମଧ୍ୟ ଯିବା ଅନୁଚିତ । କାରଣ ସଂସ୍କାର ଦୃଷ୍ଟିରୁ ତୀର୍ଥ କ୍ଷେତ୍ରରେ ବୈବାହିକ ଜୀବନର ଖୁସିର ମୁହୂର୍ତ୍ତ ବିତାଇବାକୁ ଅଶୁଭ ଭାବେ ଗ୍ରହଣ କରାଯାଇଥାଏ ।

– ମହିଳାମାନେ ମା’ ପାର୍ବତୀଙ୍କ ପୂଜା କରିବା ଉଚିତ । ପୂଜା କରିବା ସମୟରେ ପାର୍ବତୀଙ୍କ ପ୍ରିୟ ମନ୍ତ୍ରର ଉଚ୍ଚାରଣ କଲେ ଦେବୀ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ ।

Get real time updates directly on you device, subscribe now.