fbpx

ହଲିଉଡରେ ଜ୍ୟାକଲିନଙ୍କ ଏଣ୍ଟ୍ରି: ସେୟାର କଲେ ପ୍ରଥମ ମୋଭିର ପ୍ରଥମ ପୋଷ୍ଟର

ମୁମ୍ବାଇ : ବଲିଉଡର ବହୁ ସେଲିବ୍ରିଟି ଏବେ ହଲିଉଡରେ ପାଦ ଥାପିଲେଣି । ନିଜର ଲୁକ, ଷ୍ଟାଇଲ ଓ ଅଭିନୟ ପାଇଁ ସେମାନେ ହଲିଉଡରେ ଆକ୍ଟିଙ୍ଗ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହିି ସେଲିବ୍ରିଟି ମାନଙ୍କ ମଧ୍ୟରେ ଏବେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଖୁବଶୀଘ୍ର ଜ୍ୟାକଲିନ ହଲିଉଡ ଫିଲ୍ମରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ନିଜର ପ୍ରଥମ ହଲିଉଡ ଫିଲ୍ମ “ଟେଲ ଇଟ ଲାଇକ ଏ ୱମେନ’ ର ପୋଷ୍ଟର ସେୟାର କରି ତାଙ୍କ ପ୍ରଶଂସଙ୍କୁ ଖୁସି ଖବର ଦେଇଛନ୍ତି ଜ୍ୟାକଲିନ ।

ମିଳିଥିବା ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ତେଣୁ ସେ ସୋସିଆଲ ମିଡିଆରେ ତାଙ୍କର ଏହି ଖୁସି ଖବର ଫ୍ୟାନମାନଙ୍କ ପାଇଁ ସେୟାର କରିଛନ୍ତି । ପୋଷ୍ଟର ସେୟାର କରି ଜ୍ୟାକଲିନ ଲେଖିଛନ୍ତି ଯେ, ଏହି ପ୍ରୋଜେକ୍ଟର ଅଂଶ ହୋଇଥିବାରୁ ବହୁତ ଖୁସି ଅଛନ୍ତି ଓ ନିଜକୁ ଗର୍ବିତ ମନେ କରୁଛନ୍ତି । ଫିଲ୍ମ ଟେଲ ଇଟ ଏ ଲାଇମ ୱମେନ ଜଣେ ନୁହେଁ ବରଂ ଆଠ ଜଣ ମହିଳାଙ୍କୁ ନେଇ ନିର୍ମିତ ।

ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୮ ଜଣ ମହିଳାଙ୍କୁ ନେଇ ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ସଂକଳନ ହେଉଛି ଏହି ଚଳଚ୍ଚିତ୍ର । ତେବେ ଏହି ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମେତ ମାର୍ଗେରିଟା, ଇଭା ଲଙ୍ଗୋରିଆ, କାରା ଡେସିଭେଙ୍ଗନ୍, ଆନ୍ ୱାଟାନାବେ, ଜେନିଫର ହଡସନ୍ ଏବଂ ମାରସିୟା ଗେ ହାରଡେନ ମଧ୍ୟ ଅଭିନୟ କରିଛନ୍ତି । କମେଡି ଡ୍ରାମା ସହ ଆନିମେସନ ଉପରେ ଆଧାରିତ ହେବ ଜ୍ୟାକଲିନଙ୍କ ଡେବ୍ୟୁ ହଲିଉଡ ମୋଭି ଟେଲ ଇଟ ଲାଇକ ଏ ୱମେନା

Get real time updates directly on you device, subscribe now.