fbpx

ଆପଣଙ୍କ ଠାରେ ବ୍ରେନ ଟ୍ୟୁମର ହୋଇଛି ବୋଲି ଜାଣିବେ କିପରି: ଏହି ଲକ୍ଷଣଗୁଡ଼ିକୁ କଦାପି ଅଣଦେଖା କରନ୍ତୁ ନାହିଁ

ନୂଆଦିଲ୍ଲୀ: ବ୍ରେନ ଟ୍ୟୁମର ଏକ ବିରଳ ବିମାରୀ ଅଟେ । ତେବେ ଏକ୍ସପର୍ଟଙ୍କ ମତରେ, ବ୍ରେନ ଟ୍ୟୁମରର ଲକ୍ଷଣକୁ ସହଜରେ ଚିହ୍ନଟ କରିହୁଏ ନାହିଁ । ତେଣୁ କିଛି ଲୋକ ଏହାର ଲକ୍ଷଣକୁ ଅଣଦେଖା କରିବାର ଭୁଲ କରି ବସନ୍ତି । ବ୍ରେନ ଟ୍ୟୁମର ପ୍ରାରମ୍ଭରେ କିଛି ଲକ୍ଷଣ ଦେଖାଦେଇଥାଏ । ଆମର ବ୍ରେନ କୋଟି କୋଟି କୋଷିକୁ ନେଇ ନିର୍ମିତ ହୋଇଛି ।

ପ୍ରତ୍ୟେକ ପ୍ରକାରର କ୍ୟାନସର କୋଷିକା ସେଲ୍ସକୁ ହିଁ ପ୍ରଭାବିତ କରିଥାଏ । ସମସ୍ତ ବ୍ରେନ କ୍ୟାନ୍ସର ଟ୍ୟୁମର ହୋଇଥାଏ ମାତ୍ର ସମସ୍ତ ବ୍ରେନ ଟ୍ୟୁମର କ୍ୟାନ୍ସର ହୋଇନଥାଏ । ବିନା କ୍ୟାନ୍ସର ଧାରୀ ବ୍ରେନ ଟ୍ୟୁମରକୁ ହାଲୁକା ବ୍ରେନ ଟ୍ୟୁମର କୁହାଯାଏ । ଆଜିକାଲି ଅଧିକାଂଶ ଲୋକଙ୍କଠାରେ ବ୍ରେନ ଟ୍ୟୁମର ଦେଖାଦେଇଥାଏ । ମସ୍ତିଷ୍କର କୋଷିକାଗୁଡ଼ିକର ଅସାମାନ୍ୟ ବୃଦ୍ଧି କାରଣରୁ ବ୍ରେନ ଟ୍ୟୁମର ହୋଇଥାଏ । ବ୍ରେନ ଟ୍ୟୁମର ୧୩୦ରୁ ଅଧିକ ପ୍ରକାରର ହୋଇଥାଏ । ବ୍ରେନ ଟ୍ୟୁମରର ଲକ୍ଷଣ ବହୁତ ଦୁର୍ଲ୍ଲଭ ହୋଇଥାଏ, ମାତ୍ର ଏହାକୁ ଅଣଦେଖା କରିବା ଅନୁଚିତ ।

ହାଲୁକା ବ୍ରେନ ଟ୍ୟୁମର ମସ୍ତିଷ୍କକୁ ଛୋଟ କରିଦେଇପାରେ । ମେନିଙ୍ଗିୟୋମ, ବେଷ୍ଟିବୁଲର ଶ୍ୱାନୋମା ଓ ପିଟ୍ୟୁଟରୀ ଏଡେନୋମା ହାଲୁକା ଟ୍ୟୁମର ଅଟନ୍ତି । ବ୍ରେନ ଟ୍ୟୁମରର ଲକ୍ଷଣ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ଲଗାତର ମୁଣ୍ଡବ୍ୟଥା ଓ କୋର୍ଡିନେସନ ସମ୍ବନ୍ଧିତ ସମସ୍ୟା ବ୍ରେନ ଟ୍ୟୁମରର ଦୁଇଟି ସାମାନ୍ୟ ଲକ୍ଷଣ । ବୟସ୍କଙ୍କ ଠାରେ ବ୍ରେନ ଟ୍ୟୁମର କ୍ୟାନ୍ସରରେ ଷ୍ଟ୍ରୋକ ଆସିବା, ଚକ୍କର ଆସିବା, ମୋମୋରୀ ସମସ୍ୟା, କହିବାରେ କଷ୍ଟ, ହାତ-ଗୋଡ଼ ଝିମଝିମ, ସ୍ୱାଦ ଓ ଗନ୍ଧ ହ୍ରାସ ଆଦି ଲକ୍ଷଣ ଦେଖାଦେଇଥାଏ । ସେହିପରି ଶିଶୁଙ୍କ ଠାରେ ବ୍ରେନ କ୍ୟାନ୍ସରରେ ମୁଣ୍ଡର ଅସାମାନ୍ୟ ସ୍ଥିତି, ଅଧିକ ଶୋଷ, ବାରମ୍ବାର ପରିସ୍ରା, କ୍ରମାଗତ ଗମ୍ଭୀର ମୁଣ୍ଡବ୍ୟଥା, ଷ୍ଟ୍ରୋକ, ଚକ୍କର ଆସିବା, ଥକ୍କାପଣ ଆଦି ଲକ୍ଷଣ ଦେଖାଦେଇଥାଏ ।

Get real time updates directly on you device, subscribe now.