fbpx
BJD
BJD SKY
BJD SKY

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବାର ଉପରେ ଅତର୍କିତ ଆକ୍ରମଣ, ୧୪ ମୃତ, ୩ ଗୁରୁତର

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବଡଧରଣର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏକ ବାରରେ ଗୁଳିମାଡରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଖୋଳତାଡ ଆରମ୍ଭ କରିଛି।

ଜୋହାନ୍ସବର୍ଗ ପୋଲିସ ଅନୁଯାୟୀ, ଫାୟରିଂ ଘଟଣା ଜୋହାନ୍ସବର୍ଗର ସୋଭେଟା ଟାଉନ ସ୍ଥିତ ଏକ ବାରରେ ଘଟିଛି। ଶନିବାର ବିଳମ୍ବିତ ରାତ୍ରିରେ ଏକ ମିନିବସରେ ଆସି ଆକ୍ରମଣକାରୀ ବାର ଭିତରକୁ ପଶି ଅତର୍କିତ ଗୁଳିମାଡ କରିଥିଲେ। ଲୋକେ ଜୀବନ ବିକଳରେ ଏଣେ ତେଣେ ଦୌଡିବାକୁ ଲାଗିଥିଲେ। ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି।

ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରି ଯାଞ୍ଚ ଆରମ୍ଭ କରିଛି। ଯେଉଁ ବାରରେ ଗୁଳିକାଣ୍ଡ ଘଟିଛି ତାହା ଲାଇସେନ୍ସ ପ୍ରାପ୍ତ ବାର ଥିଲା। ତେବେ ଗୁଳିମାଡ ଘଟଣାର କାରଣ ଜଣା ପଡିନାହିଁ। ଏହା ପଛରେ କାହାର ହାତ ରହିଛି ଏବଂ ଅଭିଯୁକ୍ତମାନେ କିଏ ପୋଲିସକୁ କିଛି ସୁରାଗ ମିଳି ପାରିନାହିଁ।

ସୂଚନାଯୋଗ୍ୟ, ଆମେରିକାର ଏହି ଧରଣର ଘଟଣା ନିକଟ ଦିନରେ ଘଟି ସାରିଛି। ଜୁଲାଇ ୫ରେ ଆମେରିକାର ଇଣ୍ଡିଆନାରେ ଗୁଳିମାଡରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣକାରୀ ୧୦ ଜଣଙ୍କ ଉପରେ ଆକ୍ରମଣ କରିଥିଲେ।

Get real time updates directly on you device, subscribe now.